କଟକ ସଦର,୧୦/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିରିଡ଼ି ସମଵାୟ ବ୍ୟାଙ୍କ ଅଧିନସ୍ଥ ଧରିଣା, ସୋମପୁର ଓ ଅରିଲୋ ପଞ୍ଚାୟତକୁ ନେଇ ଗଠିତ ଅରିଲୋ କୃଷକ ସେବା ସମଵାୟ ସମିତି ପକ୍ଷରୁ ଆଜି ବୁଧବାର ଦିନ କଟକ ସଦର ଅନ୍ତର୍ଗତ ସୋମପୁର ଠାରେ ଧାନମଣ୍ଡି ଉଦଘାଟିତ ହୋଇଛି। ଏହାକୁ ସମିତିର ସଭାପତି କୈଳାସ ଚନ୍ଦ୍ର ଦାଶ ଉଦଘାଟନ କରିଥିବା ବେଳେ ଏଥିରେ ସୋମପୁର ପଞ୍ଚାୟତ ସରପଞ୍ଚ ପିତାମ୍ବର ଦାସ, ସମିତି ସଭ୍ୟା କୁନି ଭୋଇ, ଅକ୍ଷୟ କୁମାର ସାହୁ, କୈଳାସ ଚନ୍ଦ୍ର ପରିଡା, ରମେଶ ଚନ୍ଦ୍ର ସତପଥି,ମାନସ ଦାଶ, ପ୍ରଶାନ୍ତ ସ୍ୱାଇଁ, ନରେନ୍ଦ୍ର ଦାସ, ଜ୍ଞାନରଞ୍ଜନ ସାହୁ ପ୍ରମୁଖ ୧୫ ଜଣ ନିର୍ଦ୍ଦେଶକଙ୍କ ସମେତ କ୍ରୟ କମିଟି ସଭ୍ୟ ସୟଦ ନୁରୁଲି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଂପାଦକ ପ୍ରଦୀପ୍ତ ଦାସ ସହାୟତା କରିଥିଲେ। ଆଜି ଉଦଘାଟନ ଦିଵସରେ ୬ ଜଣ ଟୋକନଧାରୀ ଚାଷୀଙ୍କ ଠାରୁ ୨୫୦ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣାପଡିଛି ।
ଅରିଲୋ କୃଷକ ସେବା ସମଵାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟିତ
