ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜଳ ସଂପଦ ବିଭାଗର ଖର୍ଚ୍ଚ ସ୍ଥିତି ସମୀକ୍ଷା

କାର୍ଯ୍ୟ ସହିତ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ

  • ନୂଆ କାର୍ଯ୍ୟର ବକେୟା ଥିବା ଟେଣ୍ଡର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱ
  • ଓଡ଼ିଶା ପାଇଁ ଜଳସେଚନ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଅଗ୍ରଗତି ସମୀକ୍ଷା
  • ନୂଆ ଯୋଜନାର କାର୍ଯ୍ୟକାରିତା ସ୍ଥିତି ଅନୁଧ୍ୟାନ ସହ ପରାମର୍ଶ          

ଭୁବନେଶ୍ୱର,୨୨/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଜଳ ସମ୍ପଦ ବିଭାଗରେ  ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ବିଭାଗର ଖର୍ଚ୍ଚ ଯୋଜନା ଓ ସ୍ଥିତି ସମୀକ୍ଷା କରିଛନ୍ତି । ବିଭାଗରେ ହାତକୁ ନିଆଯାଇଥିବା ନୂଆ କାର୍ଯ୍ୟ ସବୁର  ଟେଣ୍ଡର ପ୍ରକ୍ରିୟା କେତେଦୂର ଅଗ୍ରଗତି ହୋଇଛି, ସେ ସଂପର୍କରେ  ଉନ୍ନୟନ କମିଶନରସମୀକ୍ଷା କରିବା ସହିତ ସେସବୁକୁ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି  ।

ସେ ମଧ୍ୟ ରାଜ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ଜଳସେଚନ ମାଷ୍ଟର ପ୍ଲାନ୍ ର ଅଗ୍ରଗତି ସମ୍ପର୍କରେ ବିଶଦ୍ ଭାବେ ଆଲୋଚନା କରିଥିଲେ । ଉନ୍ନୟନ କମିଶନର ମଧ୍ୟ ବିଭାଗରେ ବିଭିନ୍ନ ନୂଆ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗର ବିଭିନ୍ନ ଶାଖା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ବେଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀବୃନ୍ଦ,ବରିଷ୍ଠ ପଦାଧିକାରୀ,ମୁଖ୍ୟଯନ୍ତ୍ରୀ  ଓ ଅନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

-0-

ପଠାଣି ରାଉତ ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *