ଲକ୍ଷ୍ମୀପୁର ୨୨/୦୭/୨୦୨୫ (ଓଡିଶା ସମାଚାର/ପ୍ରମୋଦ ଜେନା)-ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ଉପରେ ଜଳ ବାୟୁ ପରିବର୍ତନ ର ବଡ ପ୍ରଭାବ ପଡୁଛି। ଯାହା ଫଳରେ କି ପ୍ରାକୃତିକ ବିପର୍ଯୟ ଘଟି ଅନେକ ସମସ୍ୟା ଉପୁଜୁଛି। ତେଣୁ ଏହାକୁ ରୋକିବା କୁ ହେଲେ ଅଧିକରୁ ଅଧିକ ଗଛ ଲଗେଇବା ନିହାତି ଦରକାର ହୋଇ ପଡିଛି। ଆଜି ସ୍ଥାନୀୟ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ଆନୁକୁଲ୍ୟରେ ବନ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି।
ମହାବିଦ୍ୟାଳୟର ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ଅଧ୍ୟକ୍ଷତା ରେ ବନ ମହୋତ୍ସବ ୨୦୨୫ ଉପଲକ୍ଷେ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଲକ୍ଷ୍ମୀପୁର ବନ ବିଭାଗ,ସତ୍ୟସାଇ ସଂଗଠନ ଏବଂ ମହାବିଦ୍ୟାଲୟର ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗର ଯୁବ ରେଡକ୍ରସ ୟୁନିଟ୍ ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଛର ଉପକାରିତା ବିଷୟରେ ବୁଝାଇଥିଲେ।ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାଇ , ଜାତୀୟ ସେବା ଯୋଜନା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ୨୫୦ ଗୋଟି ଚାରା ରୋପଣ କରିବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହୋଇଛି।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସର, ଛାତ୍ରାବାସ ପରିସର, ପୋଷ୍ୟ ଗ୍ରାମ ରଞ୍ଜିତଗୁଡା ଏବଂ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥର ଉଭୟ ପାଖରେ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଚାରା ରୋପଣ କାର୍ଯ୍ୟକ୍ରମ ଟିକୁ ଜାତୀୟ ସେବା ଯୋଜନା ଅଧୀକାରୀ ଦୁର୍ଯୋଧନ ସାହୁ ଆୟୋଜନ କରିଥିବା ବେଳେ ଯୁକ୍ତ ଦୁଇ ରେଡକ୍ରସ କାଉନସିଲର ଯଶୋବନ୍ତ ଗରଡ଼ା ଏବଂ ଯୁକ୍ତ ତିନି ରେଡକ୍ରସ୍ କାଉନସିଲର ସନ୍ତୋଷିନୀ ଦାସ ସହଯୋଗ କରିଥିଲେ। ମହାବିଦ୍ୟାୟର ଅଧ୍ୟାପକ ଶୀତଳ ପ୍ରସାଦ ଦାସ,ରମାକାନ୍ତ ଖରା,ବବଲୁ ବେନିଆ,ଏଙ୍କେସ୍ଵର ଖରା ଓ ଅଧ୍ୟାପିକା ଜୟଶ୍ରୀ କରସୁଧା ପଟ୍ଟନାୟକ,ମହିମା ରାଣୀ ରାଜୁ, ଅଙ୍କିତା ୱାଡେକା,ସଙ୍ଗୀତା ନାଗ,ଏବଂ ସମସ୍ତ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଟିକୁ “ଏକ ବୃକ୍ଷ ମାଙ୍କ ପାଇଁ” ନାମରେ ଉତ୍ସଗୀକୃତ କରାଯାଇଥିଲା।
