ଜଗତସିଂହପୁର ଜିଲ୍ଲାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର, ୧୧/୦୮/୨୦୨୬ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନ୍ତର୍ଗତ ତ୍ରିରଙ୍ଗା ଯାତ୍ରା ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଶୁଭାରମ୍ଭ ହୋଇଯାଇଛି।ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଶା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୋଟର ସାଇକେଲ ରେ ଶୋଭାଯାତ୍ରାରେ ଯୋଗ ଦେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।

ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ ଙ୍କ ଉପସ୍ଥିତି ରେ ଏହି ବିଶାଳ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଥିଲା ।  ପ୍ରକାଶ ଥାଉ କି, ସ୍ଵାଧୀନତାର ଦିବସ ଏବଂ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି ।ଆଜିର ଏହି ଜିଲ୍ଲା ସ୍ତରୀୟ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସେଲଫି ୱିଥ ତ୍ରିରଙ୍ଗା, ଦସ୍ତଖତ ଅଭିଯାନ ଏବଂ ଦେଶ ଭକ୍ତିର ଗାନ ବାଜୁଥିବା ହର ଘର ତ୍ରିରଙ୍ଗା ରଥ ର ଶୁଭାରମ୍ଭ  କରାଯାଇଥିଲା ।

ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରାରେ ଏକ ହଜାରରୁ ଅଧିକ ସଂଖ୍ୟାରେ ଜିଲ୍ଲାବାସୀ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ସଅଁରା ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ପଦଯାତ୍ରା , ସାଇକେଲ ଓ ମୋଟର ସାଇକେଲ  ରାଲି କରି ଆସିଥିଲେ ।ପଦଯାତ୍ରା ଓ ସାଇକେଲ ଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପରିସମାପ୍ତି ଘଟିଥିବା ବେଳେ ମୋଟର ସାଇକେଲ ଯାତ୍ରା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା।ଯାତ୍ରାର ପ୍ରାରମ୍ଭରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ତ୍ରିରଙ୍ଗା ପତାକା ସହ କାନଭାସରେ ନିଜର ଦସ୍ତଖତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ସେ କହିଥିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ଏହି ଦେଶ ପ୍ରେମର ନାରା ଅତ୍ୟନ୍ତ ପ୍ରଶଂସନୀୟ ଏବଂ ଆମେ ସମସ୍ତେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ଆମ ଜାତୀୟ ପତାକା କୁ ସମ୍ମାନ ଦେବା । ଦେଶବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଥିବାବେଳେ ଜିଲ୍ଲାବାସୀ ଏହି ଅଭିଯାନରେ ସାମିଲ ହୋଇ ଅଗଷ୍ଟ ୯ ରୁ ୧୭ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା, ତ୍ରିରଙ୍ଗା ସହ ସେଲ୍ଫି ନେଇ www.harghartiranga.com ରେ ଅପଲୋଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ (ଭା. ପ୍ର. ସେ) ସମସ୍ତ ଜନସାଧାରଣଙ୍କୁ ଦେଶପ୍ରେମର ବାର୍ତ୍ତା ଦେବା ସହ ସଚେତନ ନାଗରିକ ହିସାବରେ ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବାକୁ କହିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା କହିଥିଲେ ଯେ ଦେଶ ଭକ୍ତି କୁ ମନରେ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନାରା କୁ ନିଜ ନାରା ଦେଇ ସଫଳ କରିବା ।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କାନଭାସ ରେ ଦସ୍ତଖତ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହା ପରେ ଜୟହିନ୍ଦ୍ ନାରା ଓ ଘରେ ଘରେ ତ୍ରିରଙ୍ଗା ନାରା ଦେଇ ଯାତ୍ରୀମାନେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ ।  ଏହି କାର୍ଯ୍ୟକ୍ରମରେ ଦେଶ ଭକ୍ତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଘୋଡ଼ା ନାଚ ପ୍ରଦର୍ଶନ କରାଯାଇଥିଲା । 

ଜିଲ୍ଲାପାଳ ଙ୍କ  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଶୋୟୀ, ତହସିଲଦାର, ଜଗତସିଂହପୁର ଶ୍ରୀ ଅଜୟ କୁମାର ମହାନ୍ତି, ତହସିଲଦାର, ନାଉଗାଁ ଶ୍ରୀ ବିକାଶ ରଞ୍ଜନ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରାଜେଶ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ବିଶ୍ୱବିଜୟନୀ ପଟ୍ଟନାୟକ,ସମସ୍ତ ଜିଲ୍ଲାସ୍ତରୀୟ ତଥା କ୍ଷେତ୍ରୀୟ ଅଧିକାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ,ଏନସିସି, ଏନ ଏସ ଏସ ସ, ଶିକ୍ଷକ ଶିକ୍ଷୟିତ୍ରୀ,ସହରର ବୁଦ୍ଧିଜୀବୀ,ଆଇନଜୀବୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ତହସିଲ, ପୌର ପରିଷଦ କାର୍ଯ୍ୟାଳୟ ର କର୍ମଚାରୀ , ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ମହିଳା,ନେହେରୁ ଯୁବ କେନ୍ଦ୍ର , ବି କେ ଏସ୍ ଏସ୍ ର ସଦସ୍ୟ,ଅଳକା ଆଶ୍ରମ ର ସଦସ୍ୟ,ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ତ୍ରିରଙ୍ଗା ପତାକା କୁ ସମ୍ମାନ ପ୍ରଦର୍ଶନ କରିବା ସହ ସେଲ୍ଫି ଓ ଦସ୍ତଖତ ଅଭିଯାନ ରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *