ସାଲେପୁର, ୨୧/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଏସ୍.ବି.ଆଇ ସାଲେପୁର ଶାଖା ପକ୍ଷରୁ ଏକ ଋଣ ମେଳାର ଆୟୋଜନ କରାଯାଇଥିଲା । ଏହି ମେଳାର ଉଦ୍ଦେଶ୍ୟ ଗ୍ରାହକମାନେ ନିମନ୍ତେ ବିଭିନ୍ନ ପ୍ରକାରର ଋଣ ଯୋଜନା ବିଷୟରେ ସୂଚନା ଦେବା ସହିତ ସମ୍ପର୍କିତ ଦଲିଲପତ୍ର ସଂଗ୍ରହ କରିବା ।

ଏହି ଋଣ ମେଳାର ତତ୍ୱାବଧାରକ ଥିଲେ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ବିକ୍ରମ ସିଂହ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟାନ୍ୟ ଅଧିକାରୀମାନେ ଶ୍ରୀ ପ୍ରଦୀପ କୁମାର ମଲ୍ଲିକ, ଶ୍ରୀ ସୁବୋଧ ମହାନ୍ତି, ଅଯୋଧ୍ୟା ବିଶୋଇ, ବିଶ୍ୱଗୁରୁ ମହାପାତ୍ର ଓ ବ୍ୟାଙ୍କ କର୍ମଚାରୀମାନେ ସହାୟତା କରିଥିଲେ। ଏଭଳି ଉଦ୍ୟମ ଦ୍ୱାରା ଗ୍ରାହକମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ବୃଦ୍ଧି ଓ ଋଣ ସୁବିଧାସମ୍ପର୍କରେ ସଚେତନ କରାଯାଇଥିଲା ।
