ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ

ଜଗତସିଂହପୁର, ୦୮/୦୭/୨୦୨୫ (ଓଡ଼ିଶା ସମାଚାର)-  ଆଜି ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଓ ମିଆଦୀ ଋଣ ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ , ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର କୃଷକ ମାନଙ୍କୁ ସଚେତନତା ମାଧ୍ୟମରେ ଫସଲ ବୀମାରେ ଅନ୍ତର୍ଭୁକ୍ତ କରାଯାଇ ଫସଲ ବୀମାର ଉଚିତ ପ୍ରାପ୍ୟ ଦେବା ପାଇଁ ପଦକ୍ଷେପ ନେବାକୁ କହିଥିଲେ ।

 ପ୍ରାରମ୍ଭରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଶତପଥି ଉପନିବନ୍ଧକ ସମବାୟ ସମିତି ସମୂହ , ଜଗତସିଂହପୁର ବିଭାଜନ ଜଗତସିଂହପୁର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡି ଡି ପ୍ଲାନିଂ ସବିତା ସାହୁ ,  ବିଦ୍ୟୁତଲତା ମହାପାତ୍ର ଡି ଡି ଏମ ନାବାର୍ଡ, ଜିଲ୍ଲା କୃଷି ଅଧିକାରୀ, , ସାରଦା ପ୍ରସନ ବିଶ୍ୱାଳ ,ରିଲିଆନ୍ସ ବୀମା କମ୍ପାନୀ ର ,ଜ଼ିଲ୍ଲା ସଂଯୋଜକ , ସମ୍ପାଦକ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ପ୍ରତିନିଧି ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଉପନିବନ୍ଧକ, ସମବାୟ ସମିତି ସମୂହ ଏବଂ ସହକାରୀ ନିବନ୍ଧକଙ୍କ ,ସମବାୟ ସମିତି ସମୂହ କାର୍ଯ୍ୟାଳୟ ର ବିବେକାନନ୍ଦ ବେହେରା ,  ରାଖାଲ ଚନ୍ଦ୍ର ସାମଲ , ସୁମନ ବେହେରା , ମିତାଲି ବୋଷ , ଉପସ୍ଥିତ ଥିଲେ ।   ଜଗତସିଂହପୁର ନିୟନ୍ତ୍ରିତ ବଜ଼ାର କମିଟି ର ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ପ୍ରଭାତ କୁମାର ମହାପାତ୍ର  , ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ , ଜଗତସିଂହପୁର ମଣ୍ଡଳ , ଜଗତସିଂହପୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *