ପଶ୍ଚିମ ଓଡିଶା ଶୈବ୍ୟ ପୀଠରେ ଆନ୍ତରାଜ୍ୟ ବାଲୁକା ଶିଳ୍ପୀଙ୍କ କଳାକୃତି

ରାଜଗାଙ୍ଗପୁର,୨୧/୦୭/୨୦୨୫ (ଓଡ଼ିଶା ସମାଚାର)- ରାଜଗାଙ୍ଗପୁର ନିକଟସ୍ଥ ଘୋଘର ଧାମ ଯାହା  କି ପଶ୍ଚିମ ଓଡିଶାର  ପ୍ରସିଦ୍ଧ ଶୈବ୍ୟ ପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ । ଶ୍ରାବଣ ମାସରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଜଳାଭିଷେକ କରିବା ପାଇଁ ଓଡ଼ିଶାର ପଡୋଶୀ   ରାଜ୍ୟ  ଯଥା ଝାରଖଣ୍ଡ, ଛତିଶଗଡ଼ ଭଳି  ରାଜ୍ୟ ମାନଙ୍କର ବହୁ ଶ୍ରଦ୍ଧାଳୁ  ରାଜ୍ୟର କୋଣ ଅନୁକୋଣରୁ ଓଡିଶା ଆସି ଜଳାଭିଷେକ ଓ ଦର୍ଶନ କରିଥାନ୍ତି ।

ଏଠାରେ ଏକ ମାସ ଧରି ମେଳା ର ଆୟୋଜନ ମଧ୍ୟ ହୋଇ ଥାଏ ଓ  ବହୁ ରାଜ୍ୟରୁ ବହୁ ବ୍ୟବସାୟୀ ଆସି ମନୋହର ସାମଗ୍ରୀ ର ବଜାର ଲଗାଇ ଥାଆନ୍ତି  ।  ସ୍ଥାନୀୟ ଜନସାଧାରଣ ଗୃହ ସାମଗ୍ରୀ ନେବା ପାଇଁ ମେଳାକୁ  ମଧ୍ୟ ଆସି ଥାନ୍ତି । ଏହି ଅବସରରେ ଆନ୍ତରାଜ୍ୟ ବାଲୁକା ଶିଳ୍ପୀ ରାଜକିଶୋର ସାହୁ ବାଲିରେ ନିର୍ମିତ୍ତ  ନିଖୁଣ କଳାରେ ବାବା  ଘୋଘର ନାଥ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କୁ ଦେଖିବା ପାଇଁ ବେଶ୍ ଭିଡ଼ ଲାଗି ରହିଛି । ଏହି ମେଳାରେ ବାଲୁକା ଶିଳ୍ପୀ ରାଜ କିଶୋର ସାହୁଙ୍କ ବାଲୁକା କଳାକୃତି ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି ।

Leave a Reply

Your email address will not be published. Required fields are marked *