ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ ରେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶା ପ୍ରତ୍ୟାବର୍ତନ କରିଛନ୍ତି ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତମାନେ

ଭୁବନେଶ୍ୱର,୧୯/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶା ପ୍ରତ୍ୟାବର୍ତନ କରିଛନ୍ତି।   ଏହି ଅବସରରେ ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ  ଖେଳାଳିଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ପଦକ  ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। କ୍ରୀଡ଼ାବିତଙ୍କ ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ତଥା ଓଡ଼ିଶା ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଆମେରିକାର ବର୍ମିଂହାମରେ ଜୁନ୍ ୨୭ ରୁ ଜୁଲାଇ ୬, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ୭ ଜଣ ଓଡ଼ିଶା ପୋଲିସ କର୍ମଚାରୀ (୫ ପୁରୁଷ ଏବଂ ୨ ମହିଳା)ଙ୍କ ଏକ ଦଳ ଭାରତୀୟ ପୋଲିସ ଦଳର ପ୍ରତିନିଧିତ୍ୱ କରି ୨୦ ପଦକ ବିଜୟୀ ହୋଇ  ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖିଛନ୍ତି।  ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସହ ମୋଟ ୨୦ ପଦକ ହାସଲ କରିଛନ୍ତି । ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ କେବଳ ଓଡ଼ିଶା ପୋଲିସ ପାଇଁ  ଗୌରବ ଆଣିନାହିଁ ବରଂ ଭାରତର  ପଦକ ତାଲିକାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି।

ଓଡ଼ିଶା ପୋଲିସ ଆଥଲେଟମାନେ ନିମ୍ନଲିଖିତ ପଦକ ହାସଲ କରିଛନ୍ତି :

*   ଅଶୋକ ଦଣ୍ଡସେନା (C/344)

  1. 800 ମିଟର ଦୌଡ଼

ସ୍ୱର୍ଣ୍ଣ ପଦକ

  1. 1500 ମିଟର ଦୌଡ଼
  2. 5000 ମିଟର ଦୌଡ଼
  3. 10000 ମିଟର ଦୌଡ଼
  4. 21 କିଲୋମିଟର – ହାଫ ମାରାଥନ ବ୍ୟକ୍ତିଗତ
  5. 21 କିଲୋମିଟର – ହାଫ ମାରାଥନ ଦଳଗତ
  6. 3000 ମିଟର ଷ୍ଟିପଲଚେଜ୍

  1. 4 x 400 ରିଲେ ଦୌଡ଼         ରୌପ୍ୟ ପଦକ

* ସୁସ୍ମିତା ଟିଗା (RC/286)

1       1500 ମିଟର ଦୌଡ଼

ସ୍ୱର୍ଣ୍ଣ ପଦକ

2       3000 ମିଟର ଷ୍ଟିପଲ୍ଚେଜ୍

3       800 ମିଟର ଦୌଡ଼

ରୌପ୍ୟ ପଦକ

4       21 କିଲୋମିଟର – ହାଫ୍ ମାରାଥନ୍ ବ୍ୟକ୍ତିଗତ

5       4 x 400 ରିଲେ ଦୌଡ଼         କାଂସ୍ୟ ପଦକ

* ସବିତା ଟୋପ୍ପୋ (RC/259)

  1. 100 ମିଟର ବାଧା (ମହିଳା) ସ୍ୱର୍ଣ୍ଣ ପଦକ
  2. 400 ମିଟର ବାଧା (ମହିଳା)

କାଂସ୍ୟ ପଦକ

  1. 4 x 400 ରିଲେ ଦୌଡ଼ (ମହିଳା)

* ଡି. ଭଗବାନ ରେଡ୍ଡୀ (RC/159)

  1. କରାଟେ (64 କିଲୋଗ୍ରାମ ବର୍ଗ) ସ୍ୱର୍ଣ୍ଣ ପଦକ

* ସୁମନ ଶେଖର ଦାସ (RC/154)

  1. କରାଟେ (84 କିଲୋଗ୍ରାମରୁ କମ ବର୍ଗ) ସ୍ୱର୍ଣ୍ଣ ପଦକ

* ରିତେଶ ରାୟ (RC/135)

  1. କରାଟେ (84 କିଲୋଗ୍ରାମ ଅଧିକ ବର୍ଗ) ସ୍ୱର୍ଣ୍ଣ ପଦକ

* ଅଭିଷେକ ପଟ୍ଟନାୟକ (C/815)

  1. କରାଟେ (ବ୍ୟକ୍ତିଗତ କଟା ବର୍ଗ) ବ୍ରୋଞ୍ଜ ପଦକ

ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ସଶସ୍ତ୍ର) ଶ୍ରୀ ରାଜେଶ କୁମାର, ଭୁବନେଶ୍ୱର- କଟକ ପୋଲିସ କମିଶନର ଡ଼ଃ. ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଆଇଜି, ଗୁଇନ୍ଦା, ଜୟ ନାରାୟଣ ପଙ୍କଜ, ରେଳବାଇ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।   ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପଦକ ବିଜେତା କ୍ରୀଡ଼ାବିତ ମାନେ ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଖେଳାଳିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *