ଭୁବନେଶ୍ୱର,୧୯/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ , ଭୁବନେଶ୍ୱର (ଏମ୍ସ) ରେ ଚିକିତ୍ସାଧୀନ ଗୁରୁତର ଆହତ ନାବାଳିକାଙ୍କ ଉନ୍ନତ ଚିକତ୍ସା ପାଇଁ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ଏହି ଡ଼ାକ୍ତରୀ ଦଳରେ ପ୍ରଫେସର ଅନୁପମ୍ ଦେ, ପ୍ରଫେସର ମନୋଜ ପାଣିଗ୍ରାହୀ,ଡ଼ାକ୍ତର ସଂଜୟ ଗିରୀ,ଡ଼ାକ୍ତର ଦେବାଶିଷ ଆଚାର୍ଯ୍ୟ, ଡ଼ାକ୍ତର ଆାଲାକ ସାହୁ,ଡ଼ାକ୍ତର ରିତେଶ ପଣ୍ଡା,ଡ଼ାକ୍ତର ସିନ୍ଧୁ ସୁଦ୍ଧା ସାହୁ,ଡ଼ାକ୍ତର ସୁବର୍ଣ୍ଣ ମିତ୍ର, ଡ଼ାକ୍ତର ପ୍ରତୀ ମିନା ,ଡ଼ାକ୍ତର ତରୁଣ କୁମାର ପାତ୍ର, ଡ଼ାକ୍ତର ଶ୍ୟାମ ସୁନ୍ଦର ବେହେରା, ଡ଼ାକ୍ତର ଦେବିଶ୍ରୀ ଦାସ ଡ଼ାକ୍ତର ମହାଲିଙ୍ଗମ ଓ ମିସ୍ ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ୧୪ ଜଣ ରହିଛନ୍ତି । ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଫି୍ର ଚିକିତ୍ସା ସେବା ଯୋଗାଇ ଦିଆଯିବ । ଡ଼ାକ୍ତର ସଂଜୟ ଗିରୀ ଦୈନିକ ସକାଳେ ଥରେ ଓ ସନ୍ଧ୍ୟାରେ ଥରେ ସ୍ଥିତି ଜଣାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସାମାଜିକ ଗଣ ମାଧ୍ୟମ ଏକ୍ସ ରେ ଲେଖିଛନ୍ତି :
ଏମ୍ସଠାରେ ଚିକିତ୍ସାଧୀନ ଗୁରୁତର ଆହତ ନାବାଳିକାଙ୍କ ଉନ୍ନତ ଚିକତ୍ସା ପାଇଁ ବିଭିନ୍ନବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ମହାପ୍ରଭୁଙ୍କ ପାଖେ ଝିଅଟିର ଆଶୁ ଆରୋଗ୍ୟ କାମନା କରୁଛି।
https://x.com/PravatiPOdisha/status/1946520771700093269

