ବିହାର ଦେଲା ମାଗଣା ବିଜୁଳି, ଓଡିଶା କେବେ ଦେବ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଉପଭୋକ୍ତା ମହା ସଂଘ.

ଭୁବନେଶ୍ୱର,୧୮/୦୭/୨୦୨୫ (ଓଡ଼ିଶା ସମାଚାର)- ବିହାର ବିଜେପି-ଜେଡି ୟୁ ସରକାଙ୍କ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ରାଜ୍ୟରେ ୧୨୫ ୟୁନିଟ ମାଗଣା ବିଜୁଳି ଅଗଷ୍ଟ ଏକ ତାରିଖରୁ ଲାଗୁ ହେବ ବୋଲି ଆଜି ଘୋଷଣା କରିଛନ୍ତି. । କିନ୍ତୁ ଦୁଃଖର କଥା ବିଜୁଳି ଉତ୍ପାଦକ ରାଜ୍ୟ ଓଡ଼ିଶାରେ ମାଗଣା ବିଜୁଳି ଦିଆଗଲା ନାହିଁ । ସରକାରକୁ ଆସିବା ପୂର୍ବରୁ ରାଜ୍ୟବାସୀଙ୍କୁ ବିଜେପି ମାଗଣା ବିଜୁଳି ଦେବାକୁ ପ୍ରତିଶୃତି ଦେଇଥିଲା । ୧୩ ମାସ ହେଲା ସରକାର ଆସିଲାଣି କିନ୍ତୁ ଏହା କାର୍ୟ୍ୟକାରୀ ହେଲା ନାହିଁ. । ତେଣୁ କେବେ ଓଡିଶା ସରକାର ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବେ ତାକୁ ନେଇ ପ୍ରଶ୍ନ କରିଛି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହା ସଂଘ । ମହାସଂଘର ସମ୍ପାଦକ ରବି ବେହେରା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଓଡିଶାରେ ଅନ୍ତତଃ ୨୦୦ ୟୁନିଟ ବିଜୁଳି ମାଗଣା ରେ ଦେବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *