ଭୁବନ,୦୨/୦୭/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ କଲେଜ ରୋଡ଼ ନିବାସୀ ଆଦର୍ଶ ଶିକ୍ଷକ ଜୟକୃଷ୍ଣ ସାହୁ ଙ୍କ ର ଗତ କାଲି ( ମଙ୍ଗଳବାର) ରାତି ରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ୫ ଝିଅ,ଜ୍ବାଇଁ,ନାତି, ନାତୁଣୀ ଉପସ୍ଥିତ ଥିଲେ ।
ଜୟ ସାର ଙ୍କ ବିୟୋଗ ଖବର ପାଇ ତାଙ୍କର ଛାତ୍ର ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମର ଶରୀର କୁ ସହର ପରିକ୍ରମା କରାଯାଇ ରଗଡ଼ି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା ।
ସାନ ପୁଅ ନୀଳ ମାଧବ ସାହୁ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ଜୟକୃଷ୍ଣ ସାହୁ ୧୯୬୦ ମସିହାରେ ଶିକ୍ଷକତା ଆରମ୍ଭ କରିଥିବା ବେଳେ ୧୯୮୦ ରୁ ୧୯୯୭ ଦୀର୍ଘ ୧୭ ବର୍ଷ କାଳ ଭୁବନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ସ୍ବର୍ଗତ ଜୟ ସାର ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଛାତ୍ର ବତ୍ସଳ, ମିଷ୍ଟଭାଷୀ, ସ୍ନେହୀ, ପରୋପକାରୀ ସର୍ବୋପରି ଜଣେ ଦରଦୀ ମଣିଷ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
