ଓଡ଼ିଆ ପକ୍ଷ ପାଳନ ଅବସର ରେ ଓଡ଼ିଆରେ ନାମ ଫଳକ ସଚେତନତା ଅଭିଯାନ

ଜଗତସିଂହପୁର, ୦୪/୦୪/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଆ ଆମ ଭାଷା, ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ଆମ ପରିଚୟ । ହେଲେ ସଚେତନତା ଅଭାବ ଓ ନିଜ ଭାଷା ପ୍ରତି ଆଗ୍ରହ ନଥିବାରୁ ଆଜି ବି ଅଧିକାଂଶ ଦୋକାନ ବଜାରରେ ଲାଗିଥିବା ନାମ ଫଳକରେ ଓଡ଼ିଆ ଭାଷାର ବ୍ୟବହାର ହେଉନାହିଁ । ତେବେ ଆମ ଭାଷାର ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ-୨୦୨୫ର ପାଳନ କରାଯାଉଛି।

ଆଜି ଚତୁର୍ଥ ଦିବସରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ,ଜଗତସିଂହପୁର ତରଫରୁ  “ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬” ଅନୁଯାୟୀ,  ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଛି ।

ଏଥିସହିତ ଏକ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମହୋଦୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ବାବା ଆନନ୍ଦ ରଞ୍ଜନ ଦାସ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଶିବ ନାରାୟଣ ସାହୁ (ପ୍ରବର୍ତ୍ତନ), ଶ୍ରୀମତୀ ସ୍ମୃତିରେଖା ନାୟକ , ଜିଲ୍ଲା ଶ୍ରମ ଅଧିକାରୀ(କଲ୍ୟାଣ),ସମସ୍ତ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା, ଶ୍ରୀମତୀ ସୌମ୍ୟା ସ୍ଥିତପ୍ରଜ୍ଞା ଓ ଅନ୍ୟ ସମସ୍ତ କର୍ମଚାରୀଗଣ ଏହି ସଚେତନତା ପଦଯାତ୍ରାରେ ଅଂଶ ଗ୍ରହଣ କରି ଜଗତସିଂହପୁର ସହର ପରିକ୍ରମା କରିଥିଲେ ।

Leave a Reply

Your email address will not be published. Required fields are marked *