ମାହାଙ୍ଗା,୨୧/୧୦/୨୦୨୬(ଓଡିଶା ସମାଚାର/ ଅଭୟ ଜେନା)-ପୂର୍ବ ମାହାଙ୍ଗା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବନ୍ତଳା ଗ୍ରାମର ଆଧ୍ୟାତ୍ମିକବାଦୀ ମଣିଷ, ସାଲେପୁର କୋର୍ଟରେ କାର୍ୟ୍ୟରତ ବରିଷ୍ଠ ଆଇନୀଜୀବୀଙ୍କ ଗହଣରେ ଦୀର୍ଘ ବର୍ଷ ଧରି ମୋହରିର ଭାବେ ନିଷ୍ଠାର ସହିତ କାମ କରିଥିବା ବ୍ୟକ୍ତିତ୍ୱ ବ୍ରଜ ସୁନ୍ଦର ସାମଲଙ୍କ ଦେହାନ୍ତରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ସେ ଜଣେ ପରୋପକାରୀ, ମିଷ୍ଟଭାଷୀ,ଧର୍ମପ୍ରାଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ୨ ଦିନ ତଳେ ବ୍ରେନ ଷ୍ଟ୍ରୋକର ଶିକାର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କର ଅପରେସନ କରାଯାଇଥିଲା । ମାତ୍ର ମଙ୍ଗଳବାର ମଧ୍ୟାହ୍ନରେ ସଦଗୁରୁ ହସ୍ପିଟାଲ ଜଗତପୁର ଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ,ମହତ ପୁରୁଷ ବ୍ରଜ ସୁନ୍ଦରଙ୍କ ଅମର ଅମୃତ ଅମ୍ଲାନ ଆତ୍ମାର ସଦଗତି ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପ୍ରାର୍ଥନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ବର୍ଗତ ବ୍ରଜସୁନ୍ଦରଙ୍କ ପାର୍ଥିବ ଶରୀରକୁ ମୁକ୍ତି ରଥରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ସେଠାରେ ପରିବାର,ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ଅନ୍ତିମ ସତ୍କାର କରାଯାଇଛି ।
