କେନ୍ଦ୍ରାପଡ଼ା,୧୬/୦୭/୨୦୨୫(ଓଡ଼ିଶା ସମାଚାର)-ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟ ଘଟଣାରେ କେନ୍ଦ୍ରାପଡ଼ାର ମିଳିତ ବିରୋଧୀଦଳଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ପୁରୁଣା ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରି ତିନିମୁହାଣିଛକ ପର୍ଯ୍ୟନ୍ତ ଯାଇ ସେଠାରେ ମୃତ ଛାତ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇ ନେତା ଆଇନ୍ ଜୀବୀ ରମଣୀ ରଞ୍ଜନ ରାଉତରାୟ,ଆଦିକନ୍ଦ ରାଉଳ, ସିପିଆଇ(ଏମ)ନେତା ଗୟାଧର ଧଳ, ସମାଜସେବୀ ଡ. ଚୈତନ୍ୟ ଚରଣ ପରିଡ଼ା, ଛାତ୍ର କଂଗ୍ରେସ ନେତା ଉମେଶ ପାଢୀ, ଶ୍ରମିକ ନେତା ଜିଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସଙ୍କ ସମେତ ବହୁ ସମାଜସେବୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
