ଯାଜପୁର,୧୮/୦୮/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ଆନୁକୂଲ୍ୟରେ ତା ୧୭.୦୮. ୨୦୨୫ ରିଖ ରବିବାର ଦିନ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦେଶକ୍ରମେ ସଭିଲ କୋର୍ଟ, ଯାଜପୁର ର ଭିଡ଼ିଓ କନଫେରନସଂ ହଲରେ ପ୍ୟାନେଲ ଲୟରଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରକୁ ପ୍ରାଧିକରଣର ଅଧ୍ୟକ୍ଷ ଉଦ୍ଘାଟନ କରିବା ସହିତ ପ୍ୟାନେଲ ଲୟରମାନଙ୍କ ଭୂମିକା ଏବଂ ମହତ୍ଵ ସମ୍ବନ୍ଧରେ ଅବଗତ କରାଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା କୋର୍ଟର ଶ୍ରୀଯୁକ୍ତ ବିଶ୍ଵେଶ୍ଵର ବିଶ୍ଵପ୍ରକାଶ ରାୟ, ଅତିରିକ୍ତ ଜିଲ୍ଲା ଜଜ୍, ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧୁରୀ, ବରିଷ୍ଠ ଦେୱାନୀ ବିଚାରପତି, ଶ୍ରୀଯୁକ୍ତ ମାନସ ରଂଞନ ସାମନ୍ତରାୟ, ରେଜିଷ୍ଟ୍ରାର, ଶ୍ରମତୀ ସୁମିତ୍ରା ବିଶ୍ଵାଳ, ଏସ.ଡି.ଜି. ଏମ, ଶ୍ରମତୀ ସୁନିତା ବିଶ୍ଵାଳ, କନିଷ୍ଠ ଦେୱାନୀ ବିଚାରପତି ଯୋଗଦେଇ ପ୍ୟାନେଲ ଲୟର ମାନଙ୍କୁ ପରିବାର ସମ୍ବନ୍ଧୀୟ ଆଇନ, ପୋକ୍ସୋ ଆକ୍ଟ, ଫୌଜଦାରୀ ଆଇନ, ସମ୍ପତିଗତ ଆଇନ, ଘୋରଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ତଥା ଲିଗାଲ ସରଭିସ୍ ଅଥରିଟି ଆକ୍ଟ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ ।
ପ୍ରାଧିକରଣର ସଚିବ ଶ୍ରୀମତି ଲିପା ମହାନ୍ତି ଏହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବା ସହ ପ୍ୟାନେଲ ଲୟରଙ୍କ କାର୍ଯ୍ୟ କ’ଣ, ସେମାନେ କେଉଁଭଳି ଉପାୟରେ ସଠିକ ହିତାଧିକାରୀଙ୍କୁ ମାଗଣା ଆଇନ ପ୍ରଦାନ କରିବାରେ ମାଧ୍ୟମ ସାଜିପାରିବେ ସେ ଉପରେ ଆଲୋକପାତ କରିଥିଲେ ।
