କଟକ ସଦର , ୧୮/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦେଶର ପ୍ରଥମ ମୁକ୍ତାକାଶ କଟକର ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର ସାତଦିନ ବାକି ଥିବା ବେଳେ ଵିପ୍ପଣୀ ପାଇଁ ୮୯୪ ଜଣ ଵ୍ୟଵସାୟୀ ୧୬୦୦ ପ୍ଲଟ ପାଇଥିବା ଆଵଣ୍ଟନର ଶେଷ ଦିନରୁ ଜଣାପଡିଛି।ପ୍ଲଟ ଆଵଣ୍ଟନ ପାଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ୧୦ ଟି ସ୍ଥାନରେ କାଉଣ୍ଟର ଖୋଲାଯାଇ ଥିଲା। ବାଲିଯାତ୍ରା ଉତ୍ସବ ପାଇଁ ମଧ୍ୟ ଅତିଥି ଚୟନ ଶେଷ ହୋଇଥିଲା ବେଳେ ଏହାକୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଵାକୁ ଥିବା ବେଳେ ଉଦଯାପନ କରିଵେ ରାଜ୍ୟପାଳ ରଘୁଵର ଦାସଙ୍କ ସହିତ ବହୁ ସରକାରୀ ଓ ବେସରକାରୀ ବିଶିଷ୍ଟ ବ୍ୟକ୍ତିବିଶେଷ।
ଐତିହାସିକ କଟକ ବାଲିଯାତ୍ରା ରେ ଉଦଯାପନ ଅତିଥି ରାଜ୍ୟପାଳ ରଘୁଵର ଦାସ, ଉଦଘାଟନ କରିଵେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ
