କନ୍ଦରପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ପରିଷଦ ମାଧ୍ୟମିକ ସ୍ତରୀୟ ଗୋଷ୍ଠୀ ଵୈଠକ

କଟକ ସଦର,୧୮/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମାଧ୍ୟମିକ ଶିକ୍ଷା ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ଆଗାମୀ ଶିକ୍ଷା ବର୍ଷ ନିମନ୍ତେ ପାଠ୍ୟ ଖସଡ଼ା ଓ ପାଠ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ଆଜି ଶନିବାର ଦିନ କନ୍ଦରପୁର ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିକ୍ଷା ବିକାଶ ପରିଷଦର ଦୁଇ ଦିନିଆ ମାଧ୍ୟମିକ ସ୍ତରୀୟ ଗୋଷ୍ଠୀ ଵୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୫୨ ଜଣ ବିଷୟ ପ୍ରମୁଖଙ୍କ ସମେତ ଶିକ୍ଷା ବିକାଶ ସମିତି ପ୍ରାନ୍ତଃ ନିରୀକ୍ଷକ ପ୍ରଶନ୍ନ କୁମାର ବିଶ୍ଵାଳ, ମାଧ୍ୟମିକ ବିଭାଗ ଶୈ।କ୍ଷିକ ସଂଯୋଜକ କୈଳାଶ ଚନ୍ଦ୍ର ମିଶ୍ର, ବିଦ୍ୟାମନ୍ଦିର ବିଭାଗ ଶୈ।କ୍ଷିକ ସଂଯୋଜକ ଆଶିଷ କୁମାର ରଥ, ପରୀକ୍ଷା ସଂଯୋଜକ ମନୋଜ ଦାସ, ବିଦ୍ୟାମନ୍ଦିର ସହ ସଂଯୋଜକ ପଦ୍ମନାଭ ସାମଲ ପ୍ରମୁଖ ଯୋଗ ଦେଇ ସଂଚାଳନ କରିଥିଲେ।ଏହାକୁ କନ୍ଦରପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର କର ଓ ସଂପାଦକ ନଵଘନ ରାଉତ ଉଦଘାଟନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦିଲ୍ଲୀପ କୁମାର ଜେନାଙ୍କ ସହିତ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନାରେ ସହାୟତା କରିଥିଲେ। ଏହି ଵୈଠକ ଆସନ୍ତା କାଲି ରବିବାର ଅପରାହ୍ନରେ ଉଦଯାପିତ ହେଵ ଵୋଲି ଜଣାଯାଇଛି  ।

Leave a Reply

Your email address will not be published. Required fields are marked *