କଟକ ସଦର ,୧୩/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା ବ୍ରହ୍ମପୁର ପଞ୍ଚାୟତ ଶ୍ରୀରାମ ଗ୍ରାମର କାଠଯୋଡି ନଦୀ ତଟରେ ଥିବା ଭଗବତୀଙ୍କ ପୀଠରେ ଆଜି ରବିବାର ଦିନ ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ଆନୁକୁଲ୍ୟରେ ଏକ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ କଟକ ସଦର ବିକାଶ ମଞ୍ଚ ସଭାପତି ତଥା ସେବା ସମିତି ର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁବୋଧ ବେହେରା ଙ୍କ ସଭାପତିତ୍ବ ଓ ପରମହଂସ ସରପଂଚ ଅଶୋକ ପାତ୍ର ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ସେବା ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,ବିଜେଡ଼ି ନେତା ମହମ୍ମଦ ସକିଲ, ପ୍ରଧ୍ୟାପକ ଡ଼ଃ କଲିମୁଲା,ସନାତନୀ ସେନା ସଭାପତି ସମୀର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ବିଜେଡ଼ି ସଂଗଠକ ବିଳାସ ମଲ୍ଲିକ, ପୂର୍ବତନ ସରପଂଚ ନିର୍ମଳ ଦାସ, ପୂର୍ବତନ ସରପଂଚ, ଅନିରୁଦ୍ଧ ରାଉଳ, ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ, ସମିତି ସଭ୍ୟ ଵିନୋଦ ବେହେରା,ସୂଦର୍ଶନ ଜେନା, ଧରଣୀଧର ପଣ୍ଡା, ସରପଂଚ ଶିବଶଙ୍କର ମଲ୍ଲିକ, ପଦ୍ମନାଭ ଗୋଛୟତ, ରବିନ୍ଦ୍ରନାରାୟଣ ପ୍ରଧାନ, ପ୍ରଭାତ ଖଟୁଆ, ପିଙ୍କି ଭୋଇ ପ୍ରମୁଖ ଯୋଗ ଦେଇ ବୃକ୍ଷ ହିଁ ଜୀଵନ ଉପରେ ଆଲୋକପାତ କରିଥିଲେ।
ଏଥିସହିତ ନଦୀ ତଟରେ ଚାରା ରୋପଣ କରାଯାଇଥିବା ବେଳେ ବୃକ୍ଷ ପ୍ରେମୀ ଓ ପ୍ରକୃତି ପ୍ରେମୀ ଭ୍ରାତୃଦ୍ଵୟ ବସନ୍ତ ପଣ୍ଡା ଓ ନବ କିଶୋର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
