ଲକ୍ଷ୍ମୀପୁର ଗ୍ରାଫାଇଟ୍ କାରଖାନା ଭାଟିରେ ପୋଡି଼ହୋଇ ଶ୍ରମିକ ଗୁରୁତର

କୋରାପୁଟ /ଲକ୍ଷ୍ମୀପୁର, ୧୨/୦୭/୨୦୨୫ (ଓଡ଼ିଶା ସମାଚାର)- କୋରାପୁଟ ଜିଲା  ଲକ୍ଷ୍ମୀପୁରରେ ଥିବା ଏକ ଗ୍ରାଫାଇଟ କାରଖାନା ଭାଟିରେ ପୋଡି଼ ହୋଇ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବିଶେକ ଖରା ଓ  ଘର ସ୍ଥାନୀୟ ବୁର୍ଜା ଗ୍ରାମରେ। ସେ ଉକ୍ତ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ଶନିବାର କାମ କରିବା ସମୟରେ ଭାଟିରେ ଲାଗି ତାଙ୍କ ହାତ ଗୋଡ଼ ଓ ମୁଁହ ଆଦି ପୋଡ଼ିଯାଇଛି। ଘଟଣା ପରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ଜିଲା ସଦର ମହକୁମାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *