ଭୁବନ,୦୮/୦୭/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଗ୍ରାମ ପଞ୍ଚାୟତ ସଭାଗୃହରେ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣୀ ଶିବିରରେ ସମୁଦାୟ ୪୭ ଟି ଅଭିଯୋଗ ଦାଖଲ ହୋଇଥିଲା ବେଳେ ସେଥିରୁ ୩୭ ଟି ବ୍ୟକ୍ତିଗତ ( ବାର୍ଦ୍ଧକ୍ୟ/ବିଧବା/ଭିନ୍ନକ୍ଷମ,ଆବାସ ଯୋଜନା) ଅଭିଯୋଗ ,୮ ଟି ଗ୍ରାମ ସମସ୍ୟା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ପାଇଁ ଦୁଇଟି ଅଭିଯୋଗ ଦାଖଲ ହୋଇଥିଲା।
ଦୁଇ ଜଣଙ୍କୁ ସି ଏମ ଆର୍ ଏଫ୍ ରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ,ଭୁବନ ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ଶୁଣାଣୀ କରିଥିଲେ ।
