ଜଗତସିଂହପୁର,୧୨/୧୧/୨୦୨୫(ଓଡ଼ିଶା ସମାଚାର)-ସାଇବର ସୁରକ୍ଷା ସଚେତନତା ଉପଲକ୍ଷେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି । ଏଥି ନିମନ୍ତେ ଜଗତସିଂହପୁର ଜିଲ୍ଲାରେ ଆସନ୍ତା ୧୪/୧୧/୨୫ ରିଖ ସକାଳ ୭ ଘଟିକା ସମୟ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆ ଠାରୁ ଆରମ୍ଭ କରି ଇଣ୍ଡୋର ଷ୍ଟାଡିୟମ ପର୍ୟ୍ୟନ୍ତ ଏକ ପଦଯାତ୍ରା ଅୟୋଜନ କରାଯିବ । ଏହି ପଦଯାତ୍ରାରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ, ପୋଲିସ୍ ବିଭାଗ ଆଦି ଅନ୍ତର୍ଭୁକ୍ତ ରହିବେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ପଦଯାତ୍ରାରେ ଯୋଗ ଦେବେ। ତେଣୁ ,ଏହି ପଦଯାତ୍ରାରେ ଜିଲ୍ଲା ର ଜନସାଧାରଣ ବହୁଳ ମାତ୍ରାରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି ।
ସାଇବର ସୁରକ୍ଷା ସଚେତନତା ଉପଲକ୍ଷେ ପଦଯାତ୍ରା ୧୪ରେ
