ଖେଣ୍ଟାଳୋ ରେ ଆଦିଶକ୍ତି ଗ୍ରାମୀଣ ବୈଷୟିକ ଉଦ୍ୟାନର ଶିଳାନ୍ୟାସ, ଫଳକରେ ଲୋକାର୍ପଣ ଲେଖାକୁ ନେଇ ଦ୍ୱନ୍ଦ

କଟକ ସଦର,୦୬/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଈଶାଣୀଵ୍ରହ୍ମପୁର ପଞ୍ଚାୟତ ଖେଣ୍ଟାଳୋ ଠାରେ ଓରମାସ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ୮୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଦିଶକ୍ତି ଗ୍ରାମୀଣ ବୈଷୟିକ ଉଦ୍ୟାନର ଶିଳାନ୍ୟାସ ଆଜି ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।

ଏହାକୁ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଶିଳାନ୍ୟାସ କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଓରମାସ ଅଧିକାରୀ ବିପିନ ବିହାରୀ ରାଉତ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ନାୟକ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ,ଵିଡିଓ ଦିଵ୍ୟୋନ୍ଦୁ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ହେଲେ ଉଦ୍ୟାନର ଆଜି ଶିଳାନ୍ୟାସ କରାଯାଇଥିଲା ବେଳେ ଫଳକରେ ଲୋକାର୍ପଣ ଲେଖା ଥିବା କୁ ନେଇ ଦ୍ୱନ୍ଦ ଦେଖାଦେଇଥିଲା। ସେଥିରେ ଜିଲ୍ଲାପାଳ ଙ୍କ ନାଁ ମଧ୍ୟ ଫଳକରେ ନଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *