କୋରୋ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୫/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଗାମୀ ଜାନୁଆରୀମାସରେ ହେବାକୁ ଥିବା ପିଏମଶ୍ରୀ ଉତ୍ସବ ପାଇଁ ପ୍ରଥମ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ପଂଚସଖା ଶିକ୍ଷାସେତୁ ସଭାପତି ରଞ୍ଜିତ ପ୍ରସାଦ ଜେନା, ଶିକ୍ଷାସେତୁ ସଦସ୍ୟ ବୃନ୍ଦ, ପୂର୍ବତନ ସରପଂଚ ବାବାଜୀ ମଳିକ, ଶିକ୍ଷାବିତ ହରିହର ସିଂହ, ବସନ୍ତ କୁମାର ନାୟକ, ମଳୟ କୁମାର ସାହୁ, ଗଣେଶ ଚନ୍ଦ୍ର ରାଉତ, ଅନନ୍ତ ଓଝା, ଜଗନ୍ନାଥ ସାହୁ, କରୁଣାକର ସାହୁ, ଭାଗବତ ଚନ୍ଦ୍ର ବରାଳ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ଉତ୍ସବକୁ କିପରି ସଫଳ କରିବେ ସେ ବିଷୟରେ ମତାମତ ପ୍ରଦାନ କରିଥିଲେ ।

ଏହାସହିତ ଆସନ୍ତା ୩୦ତାରିଖରେ ହେବାକୁ ଥିବା ପରବର୍ତୀ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସ୍ଥାନୀୟ ସମସ୍ତ ବୁଦ୍ଧିଜୀବୀ, ମାନ୍ୟଗଣ୍ୟବ୍ୟକ୍ତି, ପୂର୍ବତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟସଭ୍ୟାମାନେ ଯୋଗଦେଇ ମୂଲ୍ୟବାନ ମତାମତ ଦେବାକୁ ପ୍ରଧାନ ଶିକ୍ଷକ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *