ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା , ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ
ଭୁବନେଶ୍ୱର,୧୪/୦୩/୨୦୨୪ (ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଆଜି ଏକ ଖୁସି ଖବର ଦେଇଛନ୍ତି। ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିବା ନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ସହ ଏହା ଗତ ଜାନୁଆରୀ ମାସ ୧ତାରିଖରୁ ପିଛିଲା ଭାବେ ଲାଗୁ ହେବ। ୪ ପ୍ରତିଶତ ଡିଏ ବୃଦ୍ଧି ପରେ ୪୬ରୁ୫୦ ପ୍ରତିଶତକୁ ଏହା ବୃଦ୍ଧି ପାଇଛି।
ଏପ୍ରିଲର ବର୍ଦ୍ଧିତ ଦରମା ସହିତ ରାଜ୍ୟ ସରକାରୀ କର୍ମଚାରୀମାନେ ଜାନୁଆରୀ ୨୦୨୪ରୁ ମାର୍ଚ୍ଚ ପର୍ୟ୍ୟନ୍ତ ୩ମାସର ବକେୟା ଟଙ୍କା ପାଇବେ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ଏହାଦ୍ବାରା ପ୍ରାୟ ସାଢ଼େ ୪.୫ ଲକ୍ଷ ସରକାରୀ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *