ହିନ୍ଦୋଳରେ ଶାନ୍ତିଶୃଙ୍ଖଳାରେ ବାହୁଡା଼ଯାତ୍ରା ସମ୍ପନ୍ନ

ଖଜୁରିଆକଟା,୦୬/୦୭/୨୦୨୫(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଶ୍ରୀଜୀଉ ମାନଙ୍କ ବାହୁଡା଼ଯାତ୍ରା ସମ୍ପନ୍ନ ହୋଇଯାଇଛି। ଭୋର ୪. ୩୦ରେ ପହଡ ଭାଙ୍ଗିବାପରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବାପରେ ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା ଇତ୍ୟାଦି ପରେ ରଥପୂଜା ହୋଇଥିଲା ଏବଂ ଶ୍ରୀଜୀଉମାନଙ୍କୁ ପହଣ୍ଡିକରି ଦିବା ୧୧ଘ ରେ ରଥାରୁଢ଼ କରାଯାଇଥିଲା। ଅପରାହ୍ନ ୩. ୩୦ରେ ରଥଟଣା ଆରମ୍ଭ ହୋଇଥିଲା।

ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ୨ୟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ସର୍ବଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପୋଡ଼ପିଠା ଖାଇବାକୁ ମାଉସୀ ଘରେ ପହଂଚି ଥିଲେ। ଆଜି ପବିତ୍ର ସୁନାବେଶ ଅନୁଷ୍ଠିତ ହେବାସହ ତତ୍ପରେ ନୀଳାଦ୍ରି ବିଜେ ହେବେବୋଲି ପ୍ରଶାସନ ପକ୍ଷରୁ ଜଣାପଡିଛି। ବାହୁଡା଼ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଥିବା ବେଳେ ଉପଜିଲ୍ଲାପାଳ ପ୍ରଭାସ ବେଉରା, ତହସିଲଦାର ଦିଲୀପ ସେଠି, ଏସଡିପିଓ ସତ୍ୟ କୁମାର ନନ୍ଦ, ସୂଚନାପ୍ରସାରଣ ଅଧିକାରୀ ବିଶ୍ୱଜିତ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *