ଡ଼ଃ ନବକିଶୋର ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ କବିତା ପାଠୋତ୍ସବ

ଦଶରଥପୁର,୦୫/୦୧/୨୦୨୫ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଝୁମ୍ପୁରୀ ବଜାରସ୍ଥିତ ଦଶରଥପୁର ସଂସ୍କୃତି ଭବନ ଠାରେ ଦଶରଥପୁର ସାରସ୍ୱତ ସାହିତ୍ୟ ସାଂସ୍କୃତିକ ପରିଷଦ  ପକ୍ଷରୁ ସାଂସ୍କୃତିକ ପରିଷଦ ସଭାଗୃହରେ ରବିବାର ସ୍ବର୍ଗତ ଡ଼ଃ ନବକିଶୋର ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ସାରସ୍ୱତ ସାହିତ୍ୟ ସାଂସ୍କୃତିକ ପରିଷଦର ସଭାପତି ତଥା ଏସଜି କଲେଜର ପ୍ରାଧ୍ୟାପକ  ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ଅର୍ଥଶାସ୍ତ୍ର ବିଶାରଦ, ସୁବକ୍ତା ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼ଃ କୁମରବର ଦାସ , ମୁଖ୍ୟ ବକ୍ତାଭାବେ ଜାରକା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ  ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥିଭାବେ  ବର୍ତ୍ତିକାର ମୁଖ୍ୟ ସମ୍ପାଦକ ଡ଼ଃ ବିଜୟ ମୋହନ ରାୟ, ବିଦ୍ୟାଧର ପ୍ରହରାଜ, ବିଦ୍ୟୁତ ଲତା ଦାସ, ମୁଖ୍ୟ ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ସାମଲ, ସାରସ୍ୱତ ସାହିତ୍ୟ ସାଂସ୍କୃତିକ ପରିଷଦର ସମ୍ପାଦକ ରବିନାରାୟଣ ଦାସ, ଉପସଭାପତି ଡ଼ଃ ଶରତ ସାହୁ, କୋଷାଧକ୍ଷ ଆଶିଷ କୁମାର ମହାପାତ୍ର  ପ୍ରମୁଖ ଯୋଗଦେଇ ପ୍ରଥମେ ସ୍ବର୍ଗତ ଡ଼ଃ ନବକୁମାର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ସ୍ବର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ  ଅତିଥିମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହାପରେ  ସ୍ବର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।  ସ୍ବର୍ଗତ ମିଶ୍ରଙ୍କ ଉପରେ ଲିଖିତ ଏକ ସ୍ମରଣିକା ଉନ୍ମୋଚନ କରିବା ପରେ ସ୍ମୃତି ଚାରଣ ସଭା ଓ ପରେ ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା  । ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଠ ଅତିଥିମାନେ ସ୍ବର୍ଗତ ମିଶ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗୋବିନ୍ଦ ପୁରରେ ହୋଇଥିବା ବେଳେ ସେ ପ୍ରଥମେ ଦଶରଥପୁର ହାଇସ୍କୁଲ ଓ ପରେ ଏସଜି କଲେଜରେ ସଂସ୍କୃତ ବିଭାଗରେ ଅଧ୍ୟାପକ ଭାବେ ଚାକିରି କରିବା ସହ ସଂସ୍କୃତ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଏଥିସହ ସେ  ସାରସ୍ୱତ ସାହିତ୍ୟ ସାଂସ୍କୃତିକ ପରିଷଦ ଦଶରଥପୁର ଅନୁଷ୍ଠାନର ଆଜୀବନ ସଭାପତି ଓ ବର୍ତ୍ତିକାର ମୁଖ୍ୟ ସମ୍ପାଦକ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ସ୍ବର୍ଗତ ମିଶ୍ର  ଜଣେ ଅନୁଷ୍ଠାନ ପ୍ରେମି,  ଛାତ୍ର ବତ୍ସଳ ଓ ଦରଦି ମଣିଷ ଥିଲେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିବା ସହ ଦଶରଥପୁର ଭଳି ଯାଗାରେ ସେ ଯେଉଁ ଅନୁଷ୍ଠାନ ଗଢି ଦେଇଯାଇଛନ୍ତି ସେଥିପାଇଁ ଏ ଅଞ୍ଚଳ ତାଙ୍କୁ ସବୁଦିନ ପାଇଁ ମନେ ରଖିବ ବୋଲି ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଠ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *