ଝଙ୍କଡ଼ ୦୬/୦୩/୨୦୨୫ (ଓଡ଼ିଶା ସମାଚାର)- ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ଗତ ବୁଧବାର ଦିନ, ଦ୍ୱାଦଶ ବାର୍ଷିକ ଜଗନ୍ନାଥ ମହୋତ୍ସବ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଉଦଘାଟିତ ହେବାପରେ , ଗୁରୁବାର ଅପରାହ୍ନରେ, ଅନୁଷ୍ଠାନର ମାର୍ଗଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ, ଆନୁକୁଲ୍ୟରେ ମାଆଙ୍କ ସେବାୟତ, ସାଧୁ ସନ୍ଥ ମହାତ୍ମା ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ର ପ୍ରଥମ ସନ୍ଧ୍ୟା, ଉଦଘାଟିତ ହୋଇଯାଇଛି।
ତେବେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ, ପ୍ରବଚନ ପ୍ରସଙ୍ଗ ଆରମ୍ଭ ହେବା ପୁର୍ବରୁ , ଟ୍ରଷ୍ଟର ସଭାପତି ଇଂ ବିଷ୍ଣୁ ଚରଣ ମହାନ୍ତି ଙ୍କ ସଭାପତିତ୍ବରେ, ସାରଳା ମନ୍ଦିରର ପରିଚ୍ଛା ସ୍ବର୍ଗତ ପଣ୍ତିତ ସୁଦାମ ଚରଣ ପଣ୍ଡା ଙ୍କ ଚତୁଃ ରଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୁତିସଭାରେ ଦିବଙ୍ଗ ଗତ ଆତ୍ମା ର ସଦଗତି ନିମନ୍ତେ ଦୁଇମିନିଟ୍ ନିରବପ୍ରାର୍ଥନା କରାଯିବା ପରେ ଅନୁଷ୍ଠାନର ସମ୍ପାଦକ କ୍ଷୀରୋଦ କୁମାର ରାଉଳ, ହରେକୃଷ୍ଣ ନାୟକ , ଆଇନଜୀବି ରଞ୍ଜନ କୁମାର ପଣ୍ଡା , ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ , ଅମରଜ୍ୟୋତି ସାହୁ , ଦୁର୍ଗାଚରଣ ରାଉଳ, ନୃସିଂହ ଚରଣ ରାଉଳ , ରମେଶ ଚନ୍ଦ୍ର ରାଉଳ, ବିଳାସ ଚନ୍ଦ୍ର ବେହେରା , ହରେକୃଷ୍ଣ ରାଉଳ , ପ୍ରୀତମ୍ ମହାନ୍ତି , ରଶ୍ମିରଞ୍ଜନ କୁଅଁର , ପ୍ରଶାନ୍ତ କୁମାର ବିଶ୍ବାଳ ଓ ଗୋପାଳ ଚରଣ ଖଟୁଆ ପ୍ରମୁଖ ମଞ୍ଚାସିନ ହେବା ପରେ ସ୍ୱର୍ଗତ ପଣ୍ଡିତ ସୁଦାମ ଚରଣ ପଣ୍ଡା, ଜଣେ ନିଷ୍ଠାପର, ବିଦ୍ୱାନ, କର୍ମଠ ଓ ସମର୍ପିତ ମାତୃସେବକ ଭାବରେ, ସମସ୍ତଙ୍କର ଆଦରଣୀୟ ଓ ସମ୍ମାନନୀୟ ମହାନ ବ୍ୟକ୍ତି ବୋଲି ବର୍ଣ୍ଣନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରି , ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଥିଲେ।
ପରେ ପରେ ଆଜିର ପ୍ରସଙ୍ଗ, ଶ୍ରୀକ୍ଷେତ୍ର ମାହାତ୍ମ୍ୟ , ବ୍ରହ୍ମା ଙ୍କ ଆଗମନ , କାକ ମୁକ୍ତି , ଯମ ଲକ୍ଷ୍ମୀ ସମ୍ବାଦ , ଇନ୍ଦ୍ରଦ୍ୟୁମ୍ନ ଓ ଜଟିଳ ସମ୍ବାଦ, ବିଶ୍ଵାବସୁ ଓ ବିଦ୍ୟାପତି ସମ୍ବାଦ, ଶ୍ରୀ ନୀଳମାଧବ ଦର୍ଶନ ଓ ବିଦ୍ୟାପତି ଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ, ସରଳ, ସାବଲୀଳ, ପ୍ରାଞ୍ଜଳ, ତଥ୍ଯ ଓ ସମ୍ବଳିତ ବକ୍ତବ୍ୟ ପ୍ରଦାନ କରି, ଧାରାବାହିକ ପ୍ରବଚକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ସମବେତ ସମସ୍ତ ଭଗବତପ୍ରେମୀ ଶ୍ରାଦ୍ଧକୁ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇ ଥିଲେ। ୨୦୧୫ ମସିହାରେ ଏଠାରୁ ବଡଠାକୁର ବଳଭଦ୍ର ଦେବ ଙ୍କ ବ୍ରହ୍ମଦାରୁ ଆବିର୍ଭାବ ହେବାପରେ , ଶବରପଲ୍ଲୀ ହୋଇଥିବା ସ୍ଥାନରେ, ପ୍ରଦର୍ଶିତ ହେଉଥିବା, ଶ୍ରୀ ଜଗନ୍ନାଥ ଙ୍କ ଆକର୍ଷଣୀୟ ୨୪ ବେଶ ମଣ୍ଡପ ଓ ଛପନ ଭୋଗ ମଣ୍ଡପ ଦର୍ଶନ କରିବା ନିମନ୍ତେ, ପ୍ରବଳଭକ୍ତ ସମାଗମ ଦେଖିବାକୁ ମିଳିଥିଲା। ଲୀଳାମୟ ଠାକୁର ଙ୍କର ଏହି ଅପୂର୍ବ ଲୀଳା ଦର୍ଶନ ଓ ସ୍କନ୍ଧ ପୁରାଣ ବର୍ଣ୍ଣିତ କ୍ଷେତ୍ର ମାହାତ୍ମ୍ୟ ଶ୍ରବଣ କରି, ଶ୍ରଦ୍ଧାଳୁ ଭକ୍ତ ମାନେ ଭାବ ବିହ୍ୱର ହୋଇ ଉଠିଥିଲେ । ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥଲେ । ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୋମବାର ଦିନ, ଏହି ଜଗନ୍ନାଥ୍ ପାଞ୍ଚରାତ୍ର ଉଦଯାପିତ ହେବ ବୋଲି, ଆୟୋଜକ ମାନଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି।