ଡକ୍ଟର ଅକ୍ଷୟ ବନ୍ଧୁ ପଟ୍ଟନାୟକଙ୍କ ବିୟୋଗରେ ମାହାଙ୍ଗା ଅଞ୍ଚଳରେ ଶୋକର ଛାୟା।

ଭୁବନେଶ୍ୱର /ମାହାଙ୍ଗା,୦୩/୦୨/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଶାର ପ୍ରଥମ ଓଡ଼ିଆ ଭାବେ ସିଭିଲ ଇଞ୍ଜିନିୟରିଂରେ ପି.ଏଚ.ଡି ଡିଗ୍ରୀ ହାସଲ କରିଥିବା ସ୍ବର୍ଗତ ଡକ୍ଟର ଅକ୍ଷୟ ବନ୍ଧୁ ପଟ୍ଟନାୟକ ଗତ ୩୧.୦୧.୨୦୨୫ ରିଖ ତାଙ୍କ ଭୁବନେଶ୍ୱର ବାସଭବନରେ ସ୍ଵର୍ଗାରୋହଣ କରିଛନ୍ତି। ସ୍ବର୍ଗତ ପଟ୍ଟନାୟକ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏସ.ସି ପାସ ପରେ ପାଟନା ବିଶ୍ୱବିଦ୍ୟାଳୟ ରୁ ବିଟେକ ରେ ଫାଷ୍ଟ କ୍ଲାସ ଫାଷ୍ଟ ଗୋଲଡ଼ ମେଡାଲ ସହିତ ଉତ୍ତୀର୍ଣ୍ଣ ହୋଇଥିଲେ। ରୁରକି ୟୁନିଭରସିଟିରୁ ଏମ. ଟେକ ରେ ଗୋଲଡ଼ ମେଡାଲ ହାସଲ କରିଥିଲେ। ଇଂଲଣ୍ଡ ର ମାଞ୍ଚେଷ୍ଟର ୟୁନିଭରର୍ସିଟି ରୁ ଫ୍ଲୁଇଡ ଡାଇନାମିକସ ରେ ପି.ଏଚ.ଡି ଡିଗ୍ରୀ ହାସଲ କରି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗରେ ହୀରାକୁଦ, ବାଲିମେଳା, ଅପର କୋଲାବ, ହରଭଙ୍ଗି ପ୍ରୋଜେକ୍ଟରେ କାର୍ଯ୍ୟ କରି ସୁନାମ ଅର୍ଜନ କରିବା ସହିତ ବୁର୍ଲା ଇଂଜିନିୟରିଙ୍ଗ କଲେଜ ରେ ଅଧ୍ୟାପନା କରିଥିଲେ । ଡେଲଟା ଓ ଫ୍ଲଡ କଣ୍ଟ୍ରୋଲ ର ମୁଖ୍ୟ ଯନ୍ତ୍ରୀ ଏବଂ ୱାଟର ଓ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଇନଷ୍ଟିଟ୍ୟୁଟ ର ମୁଖ୍ୟ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ। ମାହାଙ୍ଗା ଅଞ୍ଚଳର ବହୁତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ମୀରା ପଟ୍ଟନାୟକ, ପୁତ୍ର ବିକ୍ରମ ପଟ୍ଟନାୟକ, ପୁତ୍ରବଧୁ, ନାତି ନାତୁଣୀ, ଭାଇବନ୍ଧୁ ମାନେ ଉପସ୍ଥିତ ଥିଲେ। ତାଙ୍କର ଅନ୍ତେଷ୍ଟି କ୍ରିୟା ପୈତୃକ ଗ୍ରାମ କଟକ ଜିଲ୍ଲା ମାହାଙ୍ଗାର ପଲୀସାହି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଆନ୍ତେଷ୍ଟି କ୍ରିୟାରେ ତାଙ୍କର ୨ ଜ୍ବାଇଁ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ମନ୍ମଥ ରାଉତ, ଜଗଦୀଶ ମହାନ୍ତି, ଝିଅ ପୂର୍ଣ୍ଣଶ୍ରୀ, ପଦ୍ମଶ୍ରୀ, ପୁତ୍ର, ପୁତ୍ରବଧୁ ପରିବାରର ସଦସ୍ୟଗଣ, ଗ୍ରାମବାସୀ, ବନ୍ଧୁ ବାନ୍ଧବ ମବେ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦାନ କରିଥିଲେ। ତାଙ୍କର ଶୁଦ୍ଧକ୍ରିୟା ପୈତୃକ ଗ୍ରାମ ପଲ୍ଲୀସାହି ବାସଭବନରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *