ଜଟଣୀ, ୧୮/୦୯/୨୦୨୫(ଓଡ଼ିଶା ସମାଚାର)- ଖୋର୍ଦ୍ଧାରୋଡ ÿବଲାଙ୍ଗୀର ରେଳପଥର ଜଟଣୀ ନିକଟବର୍ତୀ ତରାବୋଇଠାରେ ବୁଧବାର ନୂତନ ପାସେଞ୍ଜର ହଲଟ ଉଦ୍ଘାଟିତ ହୋଇଛି ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପାସେଞ୍ଜର ହଲ୍ଟକୁ ଉଦ୍ଘାଟନ କରିବା ସହ ପ୍ରଥମ କରି ଏଠାରେ ରହଣି ହୋଇଥିବା ମେମୁ ଟ୍ରେନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍ ରେ ତରାବୋଇ ପାସେଞ୍ଜର ହଲ୍ଟରୁ ଖୋର୍ଦ୍ଧରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧାରୋଡ଼ ଡିଭିଜନର ପ୍ରବନ୍ଧକ ଆଲୋକ ତି୍ରପାଠୀ, ଅନ୍ୟ ରେଳ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହିଥିଲେ ।
ଖୋର୍ଦ୍ଧା ଜିଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା, ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ, ତରାବୋଇ ଓ ଆଖପାଖ ଅଂଚଳର ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଏଠାରେ ପାସେଞ୍ଜର ହଲଟ ନିର୍ମାଣ କରିବାକୁ ଦୀର୍ଘବର୍ଷହେବ ଦାବି ହୋଇଆସୁଥିଲା । ଜନସାଧାରଣଙ୍କ ଦାବି ଓ ସାଂସଦଙ୍କ ଉଦ୍ୟମ କ୍ରମେ ଏଠାରେ ପାସେଞ୍ଜର ହଲଟ ପାଇଁ ୨୦୨୪ ଜାନୁଆରୀ ମାସରେ ରେଲୱେ ବୋର୍ଡ ଦ୍ୱାରା ଅନୁମୋଦନ ଲାଭ କରିଥିଲା ।
