ସତ୍ୟସାଇ ମହିଳା ମହାବିଦ୍ୟାଳୟର ନୂଆ ଓ କାର୍ଯ୍ୟକ୍ରମ ଉଦ୍ୟାପନୀ ଦିବସ ପାଳିତ

ଭୁବନେଶ୍ୱର,୦୮/୦୧/୨୦୨୪ (ଓଡ଼ିଶା ସମାଚାର)- ସତ୍ୟସାଇ ମହିଳା ମହାବିଦ୍ୟାଳୟର +୨ ହାୟର ସେକେଣ୍ଡାରୀ ଛାତ୍ରୀମାନଙ୍କର ‘ନୂଆ ଓ’ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍ୟାପନୀ ଦିବସ ଆଜି ମହାସମାରୋହରେ କଲେଜ ପ୍ରାଙ୍ଗରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ମୁଖ୍ୟ ଅତିଥି ଭାବେ, ଅବସରପ୍ରାପ୍ତ ଆଇ.ଏ.ଏସ୍. ଅଫିସର ଶ୍ରୀ ଏ.କେ. ପାଣି ମୁଖ୍ୟ ବକ୍ତାଭାବେ ଓ ଆନ୍ତର୍ଜାତୀୟ କ୍ରୀୟାଯୋଗୀ ପ୍ରଜ୍ଞାନନ୍ଦଜୀ ମହାରାଜ ସମ୍ମାନିତ ଅତିଥିଭାବେ ଯୋଗଦେଇ ପିଲାମାନଙ୍କର ପାଠପଢା ସହିତ ବୌଦ୍ଧିକ, ଶାରିରୀକ ଓ ମାନସିକ ବିକାଶ ଏକାନ୍ତ ଆବଶ୍ୟକ ଏବଂ ଏହା ଉପରେ ଦୀକ୍ଷାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । କଲେଜର ଅଧ୍ୟକ୍ଷା ଡଃ ଦେବଯାନୀ ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ କଲେଜର ବାର୍ଷିକ ବିବରଣୀ ଅଧ୍ୟକ୍ଷା ପାଠ କରିଥିଲେ । ଗତ ୧ ମାସ ଧରି ଚାଲିଥିବା ‘ନୂଆ ଓ’ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗତ ଏକ ମାସ ଧରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆମ ପିଲାଙ୍କ ଭିତରେ ବହୁତ ଆଗ୍ରହ ଓ ଉତ୍ସାହ ବଢିଛି ଏବଂ ଆମେ ସବୁ ଗୋଟିଏ ଟିମ୍ ସ୍ପିରିଟ୍ ରେ ଉତ୍ସାହିତ ହୋଇ କାମକରି ପିଲାମାନଙ୍କୁ ଉପକୃତ କରାଇପାରିଛୁ ଓ ଆଜି ବଡ଼ ଧୁମଧାମ୍ ରେ ଆନନ୍ଦ ଉଲାସରେ ଉଦ୍ୟାପନୀ ଦିବସ ପାଳନ କରୁଛୁ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଅଧ୍ୟକ୍ଷା ଦେବଯାନୀ ସିଂହ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ ଚାଲିଥିବା ଏହି ପ୍ରୋଗ୍ରାମରେ ପିଲାମାନଙ୍କର ଇମୋସନାଲ୍ ଓ ଆପେକ୍ସନାଲ୍ ପାର୍ଟର ବିକାଶ ହୋଇପାରିଛି ଓ ପିଲାମାନେ ବହୁତ ଲାଭବାନ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି ‘ନୂଆ ଓ’ ନୋଡାଲ୍ ଅଫିସର ତଥା ଫିଲୋସଫି ପ୍ରାଧ୍ୟାପକ ମୃଣ୍ମୟୀ ରଥ ।

Leave a Reply

Your email address will not be published. Required fields are marked *