ଯାଜପୁର,୨୬/୦୬/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଵିରୁହାଁ ଗ୍ରାମ ପଞ୍ଚାୟତ ସଭାଗୃହ ପରିସରରେ ପ୍ରାଧିକରଣ ସଚୀବ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିଥି ଆଲୋଚକ ଭାବେ ଶରତ କୁମାର ଦେହୁରୀ ,ଆଡହକ ଏଡିଜେ ଏଫ ଟି ଏ ସି ଯାଜପୁର,ଦଶରଥପୁର ଏଵିଡିଓ ତ୍ରିଲୋଚନ ସେଠୀ,ସାମାଜିକ କାର୍ଯ୍ୟକର୍ତ୍ତା ତଥା ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ,ଜେଜେଵି ସଦସ୍ୟା ରୀତା ବେହେରା ପ୍ରମୁଖ ଯୋଗଦେଇ ଶିଶୁଙ୍କୁ ଯୌନ ଶୋଷଣ ଅପରାଧରୁ ସୁରକ୍ଷା ,ପୀଡ଼ିତା ବା ପୀଡ଼ିତ ଙ୍କ କ୍ଷତି ପୂରଣ ବ୍ୟବସ୍ଥା,ନାଗରିକ ଙ୍କ ମୌଳିକ କର୍ତ୍ତଵ୍ୟ ଓ ମାଦକ ଦ୍ରବ୍ୟ ସେବନର ଅପକାରିତା ବିଷୟ ରେ ବିସ୍ତୃତ ଆଲୋଚନା କରିଥିବା ବେଳେ ସ୍ପେସାଲ ପୋକସୋ ଜଜ ଶ୍ରୀଯୁକ୍ତ ଅଭିଜିତ ପଲେଇ ଆଭାସୀ ଯୋଗେ ଵକ୍ତଵ୍ୟ ପ୍ରଦାନ କରିଥିଲେ।
ଏହି ସଚେତନତା ଦିବସ ପାଳନ ପରିପ୍ରେକ୍ଷୀ ରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।ସ୍ଥାନୀୟ ସରପଞ୍ଚ ସୁବାସ ଚନ୍ଦ୍ର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ର କର୍ମଚାରୀ ଓ ପଞ୍ଚାୟତ ର ନାଏବ ସରପଞ୍ଚ ଓ୍ବାର୍ଡମେମ୍ବର ,କାର୍ଯ୍ୟନିର୍ବାହୀ ଅଧିକାରୀ ବୃନ୍ଦ ସହଯୋଗ କରିଥିଲେ ।
