ନିଆଳୀରେ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, କ୍ଷେତକୁ ଯାଇ କ୍ଷୟକ୍ଷତିର କଲେ ସମୀକ୍ଷା.

ନିଆଳୀ ୩୦/୧୨/୨୦୨୪ (ଓଡ଼ିଶା ସମାଚାର)- ନିଆଳୀରେ ଫସଲ କ୍ଷୟକ୍ଷତିର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ । . ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ଅନୁସାରେ କେନ୍ଦ୍ର ଯୋଜନା କିମ୍ବା ରାଜ୍ୟ ଯୋଜନା ମାଧ୍ୟମରେ ଚାଷୀଙ୍କ କ୍ଷୟକ୍ଷତିର ଅନୁଦାନ ଯୋଗାଇବା ପାଇଁ ଇନସୁରାନ୍ସ କମ୍ପାନୀ ମାନଙ୍କ ସହିତ ଆଲୋଚନା କରି କଟକ ଓ ଜଗତସିଂହପୁର ଜିଲ୍ଲା ଦାଇତ୍ୱରେ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କେ ଭି ସିଂହଦେଓ ଦାଇତ୍ୱ ଗ୍ରହଣ ପରେ ନିଆଳୀ ଅଂଚଳ ଧାନ ବିଲକୁ ଯାଇ ଧାନ ଗଜା ହୋଇଥିବା,ପାନରେ ଦାଗ ହୋଇ ହଳଦିଆ ପଡିଯିବା ଦେଖି ଚାଷୀଙ୍କୁ କ୍ଷୟକ୍ଷତି ବିଷୟରେ ପଚାରି ଥିଲେ । ନିଆଳୀ କୃଷିକାର୍ୟ୍ୟାଳୟରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଜିଲ୍ଲା ପ୍ରଶାସନ,କୃଷି ବିଭାଗ,ରେଭିନିୟୁ ବିଭାଗକୁ ଦାଇତ୍ୱ ଦିଆଯାଇଥିବାର ମଧ୍ୟ କହିଥିଲେ । କ୍ଷୟକ୍ଷତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରାଯିବ ବୋଲି ସୂଚନା ଦେଇଥିଲେ. । ଏହି ବୈଠକରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭି ସିନ୍ଦେ,ଏଡିଓ ସି.ଏମ.ଚାନ୍ଦ,ବିଜେପି ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା,ନିଆଳୀ କୃଷି ଅଧିକାରିଣୀ ସଂନ୍ଧ୍ୟାରାଣୀ ଦାଶ,ତହସିଲଦାର ଲିଲନ ପ୍ରସାଦ ସାହୁ,ବିଡିଓ ଜଗଦିଶ ଷଡଙ୍ଗୀ ,ନିଆଳୀ ଆଇ ଆଇ ସି ବିଜୟ କୁମାର ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *