ରାଉରକେଲା,୧୬/୦୪/୨୦୨୪ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ସ୍ଥାନୀୟ ଏନ୍ଆଇଟି ର ଡ଼ଃ ଅବଦୁଲ କଲାମ ଇନୋଭେସନ ସେଣ୍ଟର ଠାରେ ପାଳନ କରିଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବ ଓ ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ପ୍ରଗତି ପଥରେ ଓଡ଼ିଶା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର ଉମା ମହେଶ୍ୱର ରାଓ କର୍ଣ୍ଣମ, ସମ୍ମାନିତ ଅତିଥି ଭାବେ ଏନ୍ଆଇଟି ର ଡିନ୍ ପ୍ରଫେସର ସିଦ୍ଧାର୍ଥ ଜେନା, ପ୍ରଫେସର ଦିଲ୍ଲିପ କୁମାର ବିଶୋଇ, ସମାଜସେବୀ କମଳ ଅଗ୍ରୱାଲ, ଇଂ ସାଗର ମହାନ୍ତି, ବେଦବ୍ୟାସ ଗୁରୁକୂଳ ଆଶ୍ରମର ଅଧ୍ୟକ୍ଷ ଡ ଉମାକାନ୍ତ ପଣ୍ଡା ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଓଡ଼ିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି , ସାହିତ୍ୟ ତଥା ପଣା ସଂକ୍ରାନ୍ତି ର ଆଭିମୁଖ୍ୟ,ପ୍ରକୃତି, ବିକୃତି ଓ ସଂସ୍କୃତି ସମ୍ପର୍କରେ ଓ ଦେଶ ଆଗକୁ ବଢ଼ିବାକୁ ହେଲେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା, ପ୍ରକୃତି କିପରି ବିଜ୍ଞାନର ଗନ୍ତାଘର ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସହରର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ଯଥା ଶୁଭମ୍ ମିନେରାଲ ର ଅଧ୍ୟକ୍ଷ ଇଂ ଆର୍ ପି ଗୁପ୍ତା, ଦନ୍ତ ଚିକିତ୍ସକ ଡା ଦେବାଶିଷ ସାମଲ, ସମାଜସେବୀ ସର୍ବଶ୍ରୀ ବିରେନ୍ଦ୍ର ନାଥ ରଥ,ଲାୟନ ମମତା ଗୈାତମ, ଅନିତା ଅଗ୍ରୱାଲ, ଇନ୍ଦିରା ନାୟକ, ପ୍ରତିମା ରାଉତ, ବବିତା ମହାରଣା, ଶିକ୍ଷାବିତ ଇ ଚୈତନ୍ୟ,ଟିଭି ସଂଯୋଜିକା ସ୍ବେତା ଉପାଧ୍ୟାୟ, ନୃତ୍ୟଶିଳ୍ପୀ ଡ ମୃତ୍ୟୁଞ୍ଜୟ ବାସା,କବି ଉପେନ୍ଦ୍ର ବସ୍ତିଆ ପ୍ରମୁଖ ଙ୍କୁ ଉତ୍କଳ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିଚାଳନା ରେ ସହ ପ୍ରତିଷ୍ଠାତା ରବର୍ଟ ହାଇଫିଲ, ଦିବାକର ଦାସ, ସତ୍ୟମ୍ ମୋଦକ, ରଞ୍ଜନ ସାହୁ,ମୋହନ ପଟ୍ଟନାୟକ, ସସ୍ମିତା ପ୍ରଧାନ, ସୁନ୍ଦର ସାହୁ, ଲିତାଞ୍ଜଳୀ ପତି, କାମିନୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ରେଖା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।