ପାଟକୁରା ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ

                                                    ଅଭିନନ୍ଦନିକା ପୁସ୍ତକ ମଳୟ ମହ୍ଲାର ଉନ୍ମୋଚିତ

ପାଟକୁରା,୨୨/୦୬/୨୦୨୫ (ଓଡ଼ିଶା ସମାଚାର)- ପାଟକୁରା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣିଙ୍କୁ ଆଜି ସ୍କୁଲ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ ଉଚ୍ଚକୋଟୀର ଶିକ୍ଷକ ଥିଲେ । ତାଙ୍କର ଶ୍ରମ, ସାଧନା, ଅଧ୍ୟାପନା, କର୍ତ୍ତବ୍ୟନିଷ୍ଟା, ଉତ୍ସର୍ଗୀକୃତ ମନୋଭାବ, ଅନନ୍ୟ ପ୍ରତିଭାକୁ ସମ୍ମାନ ଜଣାଇ ପାଟକୁରା ହାଓସ୍କୁଲର ଛାତ୍ରୀ ଛାତ୍ର ପୁରାତନ ବିଦ୍ୟାର୍ଥୀ,ସହକର୍ମୀ, ଅଭିଭାବକ, ପଞ୍ଚସଖା ଶିକ୍ଷସେତୁ ସଂଗଠନ ସଦସ୍ୟ, ପରିଚାଳନା କମିଟି ସଦସ୍ୟ, ଗରଦପୁର ବ୍ଳକ ଓସ୍ତା ଓ କେନ୍ଦ୍ରାପଡା ଜିଲ୍ଲା ଓସ୍ତା ନେତୃମଣ୍ଡଳୀଙ୍କ ସହଯୋଗୀତାରେ ଆଜି ପ୍ରଧାନ ଶିକ୍ଷକ ମଳୟ କୁମାର ପାଣିଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

ଆୟୋଜିତ ଉତ୍ସଵରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରୀନାବାଳ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବାପରେ ଓସ୍ତାର ଜିଲ୍ଲା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମଂଚାସୀନ ରହି ପ୍ରଧାନ ଶିକ୍ଷକ ମାଳୟକୁମାର ପାଣିଙ୍କ କର୍ତ୍ତବ୍ୟ ନିଷ୍ଟାର ଉଚ୍ଚ ପ୍ରଶଂସା କରିଥିଲେ । ଓସ୍ତାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ମୁଖ୍ୟ ବକ୍ତା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ :ବସନ୍ତ କୁମାର ନାୟକ, ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ଓସ୍ତା କୋଷାଧ୍ୟକ୍ଷ୍ୟ ଅଶୋକ କୁମାର ମହାପାତ୍ର ବିଶିଷ୍ଟ ଅତିଥିଭାବେ ମଂଚାସୀନ ଥିଲେ ।

ସମ୍ମାନିତ ବକ୍ତା ଭାବେ ବ୍ଳକ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ, ଓସ୍ତାର ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନମୋହନ କାନୁନଗୋ,ମଂଚାସୀନ ଥିବାବେଳେ ସମ୍ମାନିତ ଅତିଥି ଭାବେ ଓସ୍ତାର ଜିଲ୍ଲା ସମ୍ପାଦକ ଭଗବାନ ସାହୁ, ଓସ୍ତା ର ରାଜ୍ୟ କାର୍ଯ୍ୟ କାରିଣୀସଦସ୍ୟ ଅଶୋକ କୁମାର ମହାପାତ୍ର, ଓସ୍ତାର ପ୍ରାକ୍ତନ ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ,ଶିକ୍ଷା ପ୍ରଦୀପ ର ପ୍ରାକ୍ତନ ସମ୍ପାଦକ କାଲି ପ୍ରସାଦ ନାୟକ, ଜିଲ୍ଲା ଓସ୍ତର ପ୍ରାକ୍ତନ ସମ୍ପାଦକ ତପନ କୁମାର ସିଂ, ପାଟକୁରା ସମିତି ସଭ୍ୟ ରାକେଶ ମହାପାତ୍ର, ଜିଲ୍ଲା ଓସ୍ତାର ପ୍ରାକ୍ତନ ସଭାପତି ପ୍ରମୋଦ କୁମାର ବେହେରା,ଜିଲ୍ଲା ଓସ୍ତାର ପ୍ରାକ୍ତନ ସମ୍ପାଦକ ନିର୍ମଳ ନାୟକ ,ପାଟକୁରା ସରପଞ୍ଚ ଗୀତାଞ୍ଜଳୀମହାନ୍ତି,ପଞ୍ଚ ଶଖା ଶିକ୍ଷାସେତୁ ସଂଗଠନ ର ସଭାପତି ପ୍ରଫେସର ବୈଷ୍ଣବ ଚରଣ ମହାନ୍ତି, ସଭାପତି ପରିଚାଳନା କମିଟି ଅମରେନ୍ଦ୍ର ସାହୁ, ବିଦ୍ୟାର୍ଥୀ ଆରଶ୍ମିତା ଜେନା, ଶିକ୍ଷକ ରାଜା ମହାରାଜା,ଶିକ୍ଷକ ରାଜୀବ ଡ଼ାଳୁଅ ପ୍ରମୁଖ ଉଦବୋଧନ ଦେଇ ମଳୟ କୁମାର ପାଣିଙ୍କ ବିଦ୍ୟାଳୟରେ କର୍ତ୍ତବ୍ୟ ନିଷ୍ଠା, ବିଦ୍ୟାର୍ଥୀ ମାନଙ୍କ ପ୍ରତୀ ଶ୍ରଦ୍ଧା, ଅନୁଷ୍ଠାନରେ ମୁରବୀ ପଣିଆ, ଓ ଓସ୍ତା ପ୍ରତୀ ଥିବା ସାଙ୍ଗଠନିକ ମନୋଭାବ, ପାଟକୁରା ହାଇସ୍କୁଲକୁ ଆଗକୁ ନେବାରେ ତାଙ୍କ ପ୍ରଚେଷ୍ଟାକୁ ଊଚ୍ଚ ପ୍ରଶଂସା କରିଥିଲେ ।

ତାଙ୍କ ଜୀବନ ଦର୍ଶନ ଉପରେ ବିଭିନ୍ନ ଓସ୍ତା କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷାବିତ ଓ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଲିଖିତ ମଳୟ ମହ୍ଲାର ଅଭିନନ୍ଦନିକା ପୁସ୍ତକ କୁ ମୁଖ୍ୟଅତିଥି ବିଧାୟକ ଅରବିନ୍ଦ ମହାପାତ୍ର ଓ ଅନ୍ୟ ମାନ୍ୟ ଗଣ୍ୟ ଅତିଥି ମାନେ ଉନ୍ମୋଚନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ, ଓସ୍ତା କର୍ମକର୍ତମାନେ  ପ୍ରଧାନ ଶିକ୍ଷକ ମଳୟ ପାଣିଙ୍କୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଦେଇ ଭାବପୂର୍ଣ୍ଣ ସମ୍ବର୍ଦ୍ଧିତ କରିଥିଲେ । ସ୍କୁଲ ର ବିଦ୍ୟାର୍ଥୀ ମାନେ ମଧ୍ୟ ତାଙ୍କର ପ୍ରିୟ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଅବସର କାଳୀନସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ପ୍ରଫେସର ବୈଷ୍ଣଵ ଚରଣ ମହାନ୍ତି,ଶିକ୍ଷାବିତ ସୁବାସ ଚନ୍ଦ୍ର ଖୁଣ୍ଟିଆ, ବିଜେଡି ଯୁବନେତା ତଥା ସମିତି ସଭ୍ୟ ରାକେଶ ମହାପାତ୍ର ମଧ୍ୟ ପ୍ରଧାନ ଶିକ୍ଷକ ମଳୟ ପାଣିଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *