ଭୁବନ, ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର)- ଭୁବନ ଘରୋଇ ବସ୍ ମାଲିକ ଜନ ମଙ୍ଗଳ ସଂଘ ତରଫରୁ ସାମ୍ବାଦିକ ସଂଘ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବସ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସଭାପତି ନିରଞ୍ଜନ ପୃଷ୍ଟି ଭୁବନ ସାମ୍ବାଦିକ ସଂଘ ସଂପାଦକ ସୁଶାନ୍ତ କୁମାର ପୋଥାଳ ଙ୍କ ସମେତ କର୍ମକର୍ତ୍ତା ମନୋଜ କୁମାର ପୋଥାଳ,ଚୈତନ୍ୟ ସାହୁ,ଅଶୋକ କୁମାର ଗୁରୁ ପ୍ରମୁଖ ଅନ୍ୟ ସାମ୍ବାଦିକ ଙ୍କୁ ନୂତନ ବର୍ଷ ଅଭିନନ୍ଦନ ଜଣାଇବା ସହିତ ଡାଇରୀ ,କ୍ୟାଲେଣ୍ଡର ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ସର୍ବଦା ଗଠନ ମୂଳକ ତଥା ସମାଜ ମଙ୍ଗଳ ସମ୍ପର୍କିତ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ।