ଚାଟାର୍ଡ ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କୁ ‘ଏକାମ୍ରଶ୍ରୀ ସମ୍ମାନ’

ଭୁବନେଶ୍ୱର,୧୭/୦୨/୨୦୨୬ (ଓଡ଼ିଶା ସମାଚାର)- ଚାଟାର୍ଡ ଆକାଉଣ୍ଟାନ୍ସି କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ଓ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକାମ୍ରଶ୍ରୀ ସମ୍ମାନ’ରେ ସମ୍ମାନିତ କରିଛନ୍ତି ।

ପବିତ୍ର ଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିର ସମ୍ମୁଖସ୍ଥ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ଆୟୋଜିତ ଭଜନ ମଣ୍ଡପରେ ଏକ ମନୋଜ୍ଞ ଉତ୍ସବରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ପୂର୍ତ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅନୁଷ୍ଠାନର ଉପସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ରାଜ୍ୟ ପୂର୍ବତନ ସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଯୁଗ୍ମ ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଶ୍ରୀ ତି୍ରପାଠୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ମାନିତ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ତି୍ରପାଠୀଙ୍କ ପିତା ସ୍ୱର୍ଗତ କୁଳମଣି ତ୍ରିପାଠୀ ପେଶାରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିବାବେଳେ ତାଙ୍କର ଭାଇ, ଭଉଣୀ ମଧ୍ୟ ପେଶାରେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଅଟନ୍ତି । ଶ୍ରୀ ତି୍ରପାଠୀ କଷ୍ଟ ଆକାଉଣ୍ଟାଣ୍ଟ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave a Reply

Your email address will not be published. Required fields are marked *