ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜିଲ୍ଲା ରାଜ୍ୟସ୍ତରୀୟ ସମ୍ମାନ ପାଇଲା ଗଜପତି

ଗଜପତି, ୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନ ଠାରେ ଆୟୋଜିତ ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ପର୍ଯ୍ୟାଲୋଚନା କରିବା ପରେ ଉତ୍କୃଷ୍ଟ ଫଳାଫଳ ପାଇଥିବା ଜିଲା ମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧୁବାଦ ଜଣାଇବା ସହିତ ଜିଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ।

ଗଜପତି ଜିଲାପାଳ ଶ୍ରୀମତୀ ମଧୁମିତାଙ୍କୁ ଚାରିଟି ସମ୍ପୂର୍ଣ୍ଣତା ସୂଚକାଙ୍କ ପୂରଣ କରିବା ପାଇଁ କାଂସ୍ୟ ପଦକ ପ୍ରଦାନ ପାଇଥିବା ବେଳେ ଗୁମ୍ମା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁଳାରାମ ମାରାଣ୍ଡୀଙ୍କୁ ପାଂଚଟି ସୂଚକାଙ୍କ ପୂରଣ କରିବା ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ଓ ଆର ଉଦୟଗିରି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତିନିଟି ସୂଚକାଙ୍କ ପୂରଣ କରିବା ପାଇଁ ତାମ୍ର ପଦକ ଦ୍ୱାରା ସମ୍ମାନିତ କରାଯାଇଛି । ଏହା ସହିତ ପୂର୍ବତନ ଜିଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଛି  । ନୀତି ଆୟୋଗ ଦ୍ୱାରା ୨୦୧୮ରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ପଛୁଆ ଜିଲାମାନଙ୍କ ଗତିଶୀଳ ଓ ସମାନ ବିକାଶ ପଥରେ ଆଣିବା ଉଦ୍ଧେଶ୍ୟରେ ଆରମ୍ଭ ହୋଇଥିଲା ।

ପ୍ରମାଣ ଆଧାରିତ ଡାଟା, ସ୍ଥାନୀୟ ସ୍ତରରେ ପରିଚାଳନା ଓ ଜିଲା ସ୍ତରରେ ମାସିକ ସମୀକ୍ଷା ଏହି କାର୍ଯ୍ୟକ୍ରମର ବୈଶିଷ୍ଟ  । ଗଜପତି ଜିଲା ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିବା ପରିଲକ୍ଷିତ ହୋଇଛି  । ଜିଲାପାଳଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ସ୍ୱାସ୍ଥ୍ୟ , ପୋଷଣ, ଶିକ୍ଷା ତଥା ସମସ୍ତ ବିଭାଗୀୟ ଯୋଜନା ମାନଙ୍କୁ ସମନ୍ୱୟ ସହ ଜନ ସାଧାରଣଙ୍କ ପାଖରେ ସରକାରଙ୍କ ବିଭିନ୍ନ ଯୋଜନା ଭିତିକ ଲାଭ ଯୋଗାଇବା ପାଇଁ ଚେଷ୍ଟିତ ଥିବା ପରିଲକ୍ଷିତ ହୋଇଛି  । ସମ୍ମାନ ପାଇବା ପରେ ଜିଲାପାଳ ଶ୍ରୀମତୀ ମଧୁମିତା କହିଥିଲେ ଏହି ସମ୍ମାନ ଗଜପତି ବାସୀଙ୍କ ମୋ ଟିମ୍ ର ସମସ୍ତ କର୍ମଚାରୀ, ଆଗଧାଡ଼ି କର୍ମଚାରୀ ,ଅଙ୍ଗନୱାଡ଼ି କର୍ମି ଓ ପ୍ରତ୍ୟେକ ସ୍ଥାନୀୟ ଜନପ୍ରତିନିଧି ସଦସ୍ୟଙ୍କ ଅଦ୍ୱିତୀୟ ପ୍ରୟାସ ର ପରିଣାମ । ଗଜପତି ଜିଲା ବର୍ତମାନ ତୀବ୍ର ଗତିରେ ବିକାଶ ହେଉଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ କାର୍ଯ୍ୟଦକ୍ଷତାର ସହ ଆଗକୁ ବଢିବା ପାଇଁ ସମସ୍ତ ପ୍ରୟାସ ଜାରୀରହିଛି  ।

Leave a Reply

Your email address will not be published. Required fields are marked *