ଭୁବନ, ୧୯/୦୬/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ସହରାଞ୍ଚଳ) ର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ବାହନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩୦୪ ଜଣ ଆବାସ ହିତାଧିକାରୀ ଙ୍କ ମଧ୍ୟରୁ ପ୍ରତି ୱାର୍ଡ ରୁ ଦୁଇ ଜଣ ଲେଖାଏଁ ୧୫ ଟି ୱାର୍ଡର ୩୦ ଜଣଙ୍କୁ କାର୍ଯ୍ୟାଦେଶ ,୧୧ ଜଣଙ୍କୁ ବାର୍ଦ୍ଧକ୍ୟ/ ବିଧବା ଭତ୍ତା,ଦୁଇ ଜଣଙ୍କୁ ରାସନ କାର୍ଡ ଓ ଜଣେ ଦିବ୍ୟାଙ୍ଗ ଙ୍କୁ ହୁଇଲ ଚେୟାର ବଣ୍ଟନ କରିଥିଲେ । ପରେ ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ପ୍ରଚାର ପାଇଁ ବିକାଶ ବାହନର ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ( ଇନଚାର୍ଜ) ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ,କୃପାସିନ୍ଧୁ ବେହେରା,ନରେନ୍ଦ୍ର କୁମାର ବେହେରା, ମନ ମୋହନ ସାହୁ,ସସ୍ମିତା ନାୟକ,ମଞ୍ଜୁଲତା ସେଠୀ,ଗୋଷ୍ଠୀ ସଂଗଠିକା ଚିକୁମୀନା ପଟ୍ଟନାୟକ,ପ୍ରୋଗ୍ରାମ ଅଫିସର ଗୁଣନିଧି ପାତ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।