ଭୁବନ ୦୧/୧୦/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଦୁଇ ଶହରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ବିଜେପି ର ସଦସ୍ୟତା ଗ୍ରହଣ କରିଛନ୍ତି । ଯୁବ ମୋର୍ଚ୍ଚା ସଭାପତି ନିର୍ମଳ ଚନ୍ଦ୍ର ଗୁରୁ,ଉପ ସଭାପତି ସୁବାସ ଚନ୍ଦ୍ର ଦାସ,ସାଧାରଣ ସମ୍ପାଦକ ଜଗବନ୍ଧୁ ଗୁରୁ ,
ଜିଲ୍ଲା ସାଧାରଣ ସମ୍ପାଦକ ଡମ୍ବରୁଧର ପାତ୍ର ,ମିଡ଼ିଆ ସେଲ ପ୍ରଭାରୀ ସନ୍ତୋଷ ରାଉଳ, ଜଗନ ବେଜ,ଚିନ୍ମୟ ପୃଷ୍ଟି,ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ବିହାରୀ ଙ୍କ ବହୁ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତିରେ ଯୁକ୍ତ ତିନି ର ଦୁଇ ଶହରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ମୋବାଇଲରେ ବିଜେପି ର ସଦସ୍ୟ ହୋଇଥିଲେ । ଏହି ଅବସରରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ପହଞ୍ଚି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।
