ଜୁନାଗଡ଼,୧୬/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ):କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ ଓରିୟନ ହୋଟେଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବଳଦିଆମାଳ ରାସ୍ତା ମାର୍ଗରୁ ଭବାନୀପାଟଣାକୁ ଯାଉଥିବା ଏକ ଟ୍ରକ ଅନ୍ୟ ରାସ୍ତାରେ ଚାଲିଥିବା ବାଇକ ଓ ଅଟୋକୁ ପଛରୁ ଭୟଙ୍କର ଧକ୍କା ଦେଇଥିଲା।
ଏହି ଧକ୍କାରେ ବାଇକ ରେ ଥିବା ବୃଦ୍ଧ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଅଟୋ ଚାଳକ ଗୁରୁତର ଭାବେ ଆହତ ହୋଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜୁନାଗଡ଼ ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣା ପରେ ଟ୍ରକ ଚାଳକ ଟ୍ରକ ଛାଡି ଚମ୍ପଟ ମାରିଥିବାର ସୂଚନା ମିଳିଛି। ମୃତ ବୃଦ୍ଧ ଓ ଗୁରୁତର ଅଟୋ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଜବତ କରିଥିବା ସୂଚନା ମିଳିଛି ଓ ଅନୁସନ୍ଧାନ ଆରମ୍ଭ କରାଯାଇଛି।