ବ୍ରିଜରୁ ତଳକୁ ବରଯାତ୍ରୀ ଗାଡ଼ି ଖସିଲା- ୨ ମୃତ, ୧୨ ଆହତ, ୩ ଗୁରୁତର ଆହତ

କୋରାପୁଟ ,୧୭/୦୩/୨୦୨୪ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଖଟଲାପଦର ବ୍ରିଜରୁ ତଳକୁ ବରଯାତ୍ରୀ ଗାଡ଼ି ଖସି ୨ ମୃତ, ୧୨ ଆହତ । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ୩ ଗୁରୁତର ଆହତ ଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କର କୁନ୍ଦୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ, ଗାଡ଼ିଟି ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଧଳପୁରରୁ ପ୍ରାୟ ୪୦ଜଣ  ବରଯାତ୍ରୀଙ୍କୁ ନେଇ ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ନୂଆଗାଁକୁ ଯାଉଥିଲା।

Leave a Reply

Your email address will not be published. Required fields are marked *