ଶିକ୍ଷାବିତଙ୍କ ପ୍ରତିମୂର୍ତ୍ତି ଅନାବରଣ, ସ୍ମରଣିକା ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା,୦୫/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ବିଶିଷ୍ଟ ଶିକ୍ଷାବିତ, ପ୍ରାକ୍ତନ ପ୍ରଧାନ ଶିକ୍ଷକ,ଜଣାଶୁଣା କ୍ରୀଡ଼ାବିତ ତଥା ସାରସ୍ୱତ ସଂଗଠକ ଦୀନବନ୍ଧୁ ପାତ୍ରଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସମାରୋହ ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ସିନ୍ଧୁପୁର ଠାରେ ଅନୁଷ୍ଠିତ ହୋଇଯାଇଛି  ।

 ଏହି ଅବସରରେ ସ୍ବର୍ଗତ ପାତ୍ରଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ତାଙ୍କ ଜନ୍ମ ମାଟିରେ ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ଉନ୍ମୋଚନ କରିଥିଲେ । ସେହିପରି ଦୀନବନ୍ଧୁ ପାତ୍ର ସ୍ମୁତି କମିଟି ପକ୍ଷରୁ ପ୍ରକାଶିତ ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚିତ କରିବା ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଭାଗବତ ପ୍ରଧାନ, ଡକ୍ଟର ଜୟରାମ ସ୍ୱାଇଁ, ଡକ୍ଟର ଅଶୋକ କୁମାର ରାଉତ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଡକ୍ଟର ବିଜୟାନନ୍ଦ ସିଂ,ଡକ୍ଟର ଭାବଗ୍ରାହୀ ରାଉତ, କବି ଭକ୍ତ ଚରଣ ସାହୁ,ଡକ୍ଟର ଏକାଦଶୀ ପ୍ରଧାନ, ସାହିତ୍ୟିକ ବ୍ରଜ ସୁନ୍ଦର ପ୍ରଧାନ,ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ସାହିତ୍ୟିକ ଅଖିଳେଶ ମହାନ୍ତି,ମାସୁଦ ଅଲ୍ଲୀ,ସାହିତ୍ୟିକା ବିଦୁଲତା ପ୍ରଧାନ,ପ୍ରାଧ୍ୟାପକ ଡକ୍ଟର ଭାଗ୍ୟଧର ରାଉତ, ପଣ୍ଡିତ ପ୍ରଭାତ କୁମାର କର, ଇଞ୍ଜିନିଅର ଆକାଶ ଭୂୟାଁ,କବି ଗୌତମ ଜେନା, ଅଧ୍ୟାପକ ଦାଶରଥି ସ୍ୱାଇଁ,ଶିକ୍ଷାବିତ ରାଜକିଶୋର ଜେନା,କବି ପ୍ରଫୁଲ୍ଲ କୁମାର ସାହୁ, କଣ୍ଠଶିଳ୍ପୀ ଅଜୟ ଜେନା, ସାମ୍ବାଦିକ ବିଜୟ କୁଅଁର ଏବଂ ଗୟାଧର ସାହୁ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ପାତ୍ରଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ ଥିଲେ ।

ଦୀନବନ୍ଧୁ ପାତ୍ରଙ୍କ ଭଳି ତ୍ୟାଗ, ସେବା, ପରୋପକାରୀ ବିଚାରଧାରାକୁ ଗ୍ରହଣ କରିପାରିଲେ, ଆଜିର ଯୁବ ସମାଜ ସଫଳତା ଓ ଶ୍ରେଷ୍ଠତ୍ୱ ହାସଲ କରିପାରିବେ ବୋଲି   ଅତିଥି ମାନେ ଆହ୍ୱାନ ଦେଇଥିଲେ  ।

Leave a Reply

Your email address will not be published. Required fields are marked *