ଭୁବନ ୧୧/୦୬/୨୦୨୫ (ଓଡ଼ିଶା ସମାଚାର)- ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ଭୁବନ ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ପୃତ୍ୟୁଷରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ରତ୍ନ ମଣ୍ଡପ ରୁ ସ୍ନାନ ମଣ୍ଡପ କୁ ଅଣାଯାଇଥିଲା । ପରେ ସ୍ନାନମଣ୍ଡପ ରେ ସମସ୍ତ ନିତିକାନ୍ତି ଅନୁଷ୍ଠିତ ହୋଇ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ କରାଯାଇଥିଲା ।
ସନ୍ଧ୍ୟା ପର୍ଯ୍ୟନ୍ତ ସ୍ନାନ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାଧୂପ , ଆଳତୀ ଦେଖିବାକୁ ସହସ୍ରାଧିକ ଭକ୍ତ ଙ୍କ ଗହଳି ଲାଗିଥିଲା । ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର ଙ୍କ ସମେତ ଆକାଶ ରଞ୍ଜନ ମିଶ୍ର, ସାଇ ସୁନ୍ଦର ମିଶ୍ର, ଅଶୋକ କୁମାର ମିଶ୍ର, ପରମାନନ୍ଦ ମିଶ୍ର, ମୃତୁଞ୍ଜୟ ମିଶ୍ର, ରାମ ଚନ୍ଦ୍ର ମିଶ୍ର, ଜ୍ଞାନ ରଞ୍ଜନ ମିଶ୍ର, ରୁଦ୍ର ପ୍ରସାଦ ମିଶ୍ର,ଅଶେଷ ମିଶ୍ର ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ,ମନ୍ଦିର ପରିଚାଳନା କମିଟି ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
