ସ୍ବର୍ଗତ ବିଜୟ ମହନ୍ତ ଙ୍କ ପରଲୋକ ରେ ଶୋକସଭା

ରାଉରକେଲା, ୨୪/୧୦/୨୦୨୪ (ଓଡ଼ିଶା ସମାଚାର)-  ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍ ଇ ସି କ୍ୟାମ୍ପସ ଏନ୍ ଆଇ ଟି, ରାଉରକେଲା ର କିରାଣୀ ସ୍ବର୍ଗତ ବିଜୟ ମହନ୍ତ ଙ୍କର ଏକ ମମର୍ନ୍ତୁଦ ସଡକ ଦୁର୍ଘଟଣା ରେ ପରଲୋକ ହୋଇଯାଇଛି। ସେ ବାଇକ୍ ଯୋଗେ ନିଜ ଗ୍ରାମ ବଣେଇ ରୁ ଫେରୁଥିବା ସମୟ ରେ  ଚାନ୍ଦିପୋଷ ଠାରେ ଏକ ପୋଲ ସହିତ ଧକ୍କା ଖାଇ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ହସ୍ପିଟାଲ କୁ ଆସୁଥିବା ସମୟରେ ମୃତୁ୍ବରଣ କରିଥିଲେ।  ସ୍ବର୍ଗତ ମହନ୍ତ ଦୀର୍ଘ ୧୭ ବର୍ଷ ଧରି ସେ ଆର୍ ଆ ସି ବିଦ୍ୟାଳୟ ରେ କାର୍ଯ୍ୟରତ ଥିଲେ। ସେ ଜଣେ ମେଳାପୀ, ଵନ୍ଧୁ ଵତ୍ସଳ, ଛାତ୍ର ଛାତ୍ରୀ ପ୍ରିୟ ବ୍ୟକ୍ତି ଥିଲେ। ତାଙ୍କ ର ଅକାଳ ବିୟୋଗର ଖବର ପାଇବା ମାତ୍ରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମହଲରେ ଶୋକ ର ଛାୟା ଖେଳିଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ  ସୁଦିପ୍ତା ବେହେରା ଙ୍କ କହିବାନୁଯାୟୀ  ସ୍ବର୍ଗତ ବିଜୟ ମହାନ୍ତ ଜଣେ ପରୋପକାରୀ,ବିବେକବନ୍ତ, ଉଚ୍ଚ ଧୀ ସମ୍ପନ୍ନ, କର୍ମବୀର ଥିଲେ। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ  ବେହେରା ଙ୍କ ତତ୍ତ୍ଵାବଧାନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।  ନିରୁପମା ପତି ଙ୍କ ଆଵାହକତ୍ତ୍ଵରେ ଆୟୋଜିତ ଏହି ଶୋକସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ,ଅଜୟ କୁମାର ରାଉତ, ଛଵି ପ୍ରଧାନ , ସରୋଜ କୁମାର ଜେନା,ମିନତୀ ଖମାରୀ,  ଅନ୍ନପୂର୍ଣ୍ଣା ସାହୁ, ସସ୍ମିତା ପଟ୍ଟନାୟକ ସୁଜାତା ମିଶ୍ର ,ସୀତାରାମ ସାହୁ , ହରିଶଙ୍କର କାମିଲା, ପୂଜା ସ୍ବାଇଁ ,ଜତିନ୍ଦ୍ର ଭୋଇ, ସୁରେଖା ନାୟକ ପ୍ରମୁଖ ଙ୍କ ସହ  ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମାତ୍ର ୪୩ ବର୍ଷ ରେ ତାଙ୍କ ଅବର୍ତ୍ତମାନ ପାଇଁ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *