ଭୁବନ ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା 

ଭୁବନ,୧୦/୦୬/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଥାନା ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ନିରୀକ୍ଷକ ଶ୍ରୀଯୁକ୍ତ ଧିରେନ ସ୍ୱାଇଁ ଙ୍କ ତତ୍ତ୍ଵାବଧାନରେ ଭୁବନ ର ବ୍ୟସ୍ତ ବହୁଳ ଅଞ୍ଚଳ କାଳୀ ବଜାର ଠାରେ ବାଇକ୍ ଆରୋହୀ ମାନଙ୍କୁ ଗାଡ଼ି ଚାଳନା ସମୟରେ ମୋବାଇଲ ରେ କଥା ନ ହେବା, ମଦ୍ୟ ପାନ କରି ଗାଡ଼ି ନଚଳାଇବା,ଦୁଇ ଚକିଆ ଗାଡ଼ିରେ ଦୁଇ ଜଣ ରୁ ଅଧିକ ନବସିବା,ଲିମିଟ ସ୍ପିଡ ରେ ଗାଡି ନଚଳାଇବା ଏବଂ ଗାଡ଼ି ଚାଳନା ସମୟରେ ସର୍ବଦା ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ।

ହେଲମେଟ ପିନ୍ଧିଥିବା ବାଇକ୍ ଆରୋହୀ ମାନଙ୍କୁ ଗୋଲାପ ଫୁଲ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। କାର ଡ଼୍ରାଇଭର ମାନଙ୍କୁ ମଧ୍ୟ ଗାଡ଼ି ଚାଳନା ସମୟରେ ସର୍ବଦା ସିଟ୍ ବେଲ୍ଟ ପିନ୍ଧିବା, ମଦ୍ୟ ପାନ ନ କରିବା ଏବଂ ମୋବାଇଲ ରେ କଥା ନ ହେବାକୁ ବୁଝାଇଥିଲେ ।

ପୋଲିସ କର୍ମଚାରୀ ମାନେ “ସଡ଼କ ସୁରକ୍ଷା ,ଜୀବନ ରକ୍ଷା” “ଦୃତ ଗତି, ମହା ବିପତ୍ତି ” ଇତ୍ୟାଦି ନାରାବାଜି କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ଏସ ଆଇ ସଞ୍ଜୟ ବେହେରା, ଏ ଏସ ଆଇ ଜ୍ୟୋତିର୍ମୟ ସିଂ, ଏ ଏସ ଆଇ ଶଙ୍କର ମାଝି ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *