ନିର୍ବାଚନ ଇସ୍ତହାରରେ ରହୁ ସାମ୍ବାଦିକଙ୍କ ପ୍ରତିଶୃତି, ରାଜଧାନୀରେ ପ୍ରତିବାଦ

ଭୁବନେଶ୍ୱର, ୦୫/୦୪/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନର ଇସ୍ତହାରରେ ରହୁ ସାମ୍ବାଦିକଙ୍କ ସମସ୍ୟା ସମାଧାନର ପ୍ରତିଶୃତି । ଏନେଇ ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ସାମ୍ବାଦିକମାନେ ପ୍ରତିବାଦ କରିଥିଲେ । ମଂଚର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ବହୁ ସମ୍ବାଦିକ ସାମିଲ ହୋଇ ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ସମସ୍ୟା ନିର୍ବାଚନ ଇସ୍ତହାରରେ ରଖିବାକୁ ସୂଚନା ଦିଆଯାଇଛି । ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ନୂଆ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ କାର୍ୟ୍ୟାଳୟରେ ନେତାଙ୍କୁ ଦାବି ଜଣାଇବା ସହ ଦଳର ପ୍ରଭାରୀ ଲତା ଉସେଣ୍ଡିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବିଭିନ୍ନ କେନ୍ଦ୍ରୀୟ ନେତାଙ୍କୁ ଏ ସମ୍ପର୍କରେ ଦାବି ଉପସ୍ଥାପନା କରାଯିବା ସହ ବିଜେପି ରାଜ୍ୟ ସଭାପତି ମନମୋହାନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ ନୂଆ ଦିଲ୍ଲୀରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଶାରେ ବିଜେଡ଼ି ନେତା ମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଦାବି କରାଯାଇଥିଲା । ବିଜେଡ଼ି ନିର୍ବାଚନ ଇସ୍ତହାର କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁଙ୍କ ସହ ଆଲୋଚନା କରାଯିବା ସହ ତାଙ୍କୁ ଦାବିପତ୍ର ପ୍ରଦାନ ହୋଇଛି । ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ନିର୍ବାଚନ ଇସ୍ତହାରରେ ରଖିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଅନେକ ସମୟରେ କାର୍ୟ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା, ବିଭିନ୍ନ ସାମ୍ବାଦିକଙ୍କ ସମେତ ବାପା ଓ ମା’ ପାଇଁ ବୀମାର ସାମିଲ କରିବା, ବିଭିନ୍ନ ସାପ୍ତାହିକ ଖବରକାଗଜ, ଅନୁମତିପ୍ରାପ୍ତ ୱେବ୍ ଚ୍ୟାନେଲ ଏବଂ ୱେବ ପୋର୍ଟାଲ ନ୍ୟୁଜ୍ ସଂସ୍ଥାର ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭକୁକ୍ତ କରିବା, ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବା, ଅବସର ଭତା ପ୍ରଦାନ କରିବା, କ୍ୱାଟର ପ୍ରଦାନ ଆଦି ଇସ୍ତହାରରେ ରଖିବାକୁ ଦାବି କରାଯାଇଛି । ଏହି ପ୍ରତିବାଦରେ ଭକ୍ତ ଶେଖର ରାୟ, ବିଦ୍ୟାଧର ମଧୁ ବାରିକ୍, ଗଦାଧର ଦାସ, ଆଲ୍ଫା ରାୟ, ବିକାଶ ବେହେରା ସମେତ ବହୁ ସାମ୍ବାଦିକ ସାମିଲ ହୋଇଥଲେ ।

Leave a Reply

Your email address will not be published. Required fields are marked *