ଆରଟିଓ-୧ ଅଫିସ୍ ପାଖରୁ ୯ ଦଲାଲ୍ ଗିରଫ, ୯ ଟି ଲାପଟପ୍ ଏବଂ ୨ ଟି ପ୍ରିନ୍ଟର୍ ଜବତ

ଭୁବନେଶ୍ୱର,୨୦/୧୧/୨୦୨୫ (ଓଡ଼ିଶା ସମାଚାର)- ବୁଧବାର ଦିନ ସହିଦ ନଗର ପୁଲିସ ଭୁବନେଶ୍ୱର-୧ସ୍ଥିତ ଆଂଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ନିକଟରେ ବେଆଇନ ଆରଟିଓ କାର୍ଯ୍ୟକଳାପରେ ଜଡ଼ିତ ଥିବା ନଅ ଜଣଙ୍କୁ ଗିରଫ କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ତତ୍ୱାବଧାନରେ ଏହି ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ପୁଲିସ ଅଭିଯୁକ୍ତମାନଙ୍କଠାରୁ ନଅଟି ଲାପଟପ୍ ଏବଂ ଦୁଇଟି ପ୍ରିନ୍ଟର୍ ଜବତ କରିଛି । ସେମାନେ ଲୋକଙ୍କୁ ଆରଟିଓ କର୍ମଚାରୀ କହି ଠକିଆସୁଥିବା ଅଭିଯୋଗ ହୋଇଥିଲା । ସହିଦ ନଗର ପୁଲିସ ଷ୍ଟେସନ୍ ରେ ମାମଲା ନମ୍ବର ୫୫୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *