ଜିଲା ପ୍ରଶାସନ ପକ୍ଷରୁ ଦାନଗଦୀ ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।

ଯାଜପୁର, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)- ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡିକର ସମାଧାନ କରିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ପ୍ରଧାନ ଲକ୍ଷ୍ୟ ଅଟେ । ଏଣୁ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଊଥିବା ଜିଲାର ସମସ୍ତ ଅଧିକାରୀମାନେ ନିଷ୍ଠା ଓ ସହୃଦୟତାର ସହ କାର୍ଯ୍ୟ ସଂପାଦନ କଲେ ଜିଲା ପ୍ରଶାସନର ଅଭିଯୋଗ ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଜନସାଧାରଣମାନେ ଅଧିକରୁ ଅଧିକ ଅଭିଯୋଗ ପ୍ରକୋଷ୍ଠରୁ ଲାଭବାନ ହୋଇପାରିବେ ବୋଲି ଆଜି ପୂର୍ବାହ୍ନରେ ଦାନଗଦୀ ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଏହି ମିଳିତ ଅଭିଯୋଗ ଶୁଣାଣି ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଓ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଊକ୍ତ ଜନ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲାପାଳ, କଳିଙ୍ଗ ନଗର ଶ୍ରୀ ଲେଙ୍କଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ସହକାରୀ ଜିଲାପାଳ, ସାଧାରଣ ଓ ବିବିଧ ସ୍ୱାଗତିକା ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଏସ୍. ଟପୋ, ବି.ଡି.ଓ., ଦାନଗଦୀ, ଶ୍ରୀ ଶାରଦା ପ୍ରସନ୍ନ ପଣ୍ଡା, ତହସିଲଦାର, ଦାନଗଦୀ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯାଜପୁର ଇଂ.କ୍ଷେତ୍ରମୋହନ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଜଳ ନିଷ୍କାସନ ଖଣ୍ଡ, ଯାଜପୁର ଶ୍ରୀ ଦିଲିପ ନନ୍ଦନ ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି, ପାଣିକୋଇଲି ଇଂ ପୂର୍ଣ୍ଣ ଚନ୍ଦ୍ର ଦଳାଇ, ପ୍ରକଳ୍ପ ନିର୍ଦ୍ଧେଶକ, ଜଳଛାୟା ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ସହକାରୀ ନିର୍ଦ୍ଧେଶକ, ଉଦ୍ୟାନ କୃଷି, ଯାଜପୁର ଶ୍ରୀ ରାଧାଶ୍ୟାମ ବେହେରା, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ଏଡିପିଏଚଓ ଡା. ଏସ୍.ପି. ସାହୁ, ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲା ମୁଖ୍ୟ କୃଷି ଅଧିକାରୀ, ଯାଜପୁର ଶ୍ରୀ ଉଦିପ୍ତ କୁମାର ତ୍ରିପାଠୀ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଯାଜପୁର ଶ୍ରା ଦିଲିପ କୁମାର ଭୂୟାଁ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲା ବେସାମରିକ ଯୋଗାଣ ଅଧିକାରୀ ସଲାଉଦ୍ଧିନ ଖାଁ ଓ ଅନ୍ୟାନ୍ୟ ଜିଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୭୪ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୩୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୯ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୩୫ ଗୋଟି ଅଭିଯୋଗ ଆସିଥିଲା । ଶିବିର ପ୍ରକୋଷ୍ଠରେ ୩୯ ଗୋଟି ଅଭିଯୋଗର ଜିଲାପାଳ ଡା. ମହାପାତ୍ର ତ୍ୱରିତ ସମାଧାନ କରିଥିଲେ । ଏହି ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉ କି, ମାର୍ଚ୍ଚ ମାସ ୧୮ ତାରିଖ ସୋମବାର ବଡଚଣା ବ୍ଳ୍କ କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *