୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ କଲେ ସାଂସଦ ମାନସ ମଙ୍ଗରାଜ

ବାଣପୁର, ୦୬/୦୧/୨୦୨ ୪ (ଓଡ଼ିଶା ସମାଚାର/ ରଜତ ମହାପାତ୍ର)- ଆସନ୍ତା ୧୦ ତାରିଖରେ ହେବାକୁ ଥିବା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବାଣପୁର ଗସ୍ତ ପାଇଁ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ସୁନାଖଳା ଡାକ ବଙ୍ଗଳାଠାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମାନସ ରଞ୍ଜନ ମଙ୍ଗରାଜ ଓ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ୟ୍ୟବେକ୍ଷକ ଶ୍ରୀଯୁକ୍ତ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଅଧ୍ୟକ୍ଷତାରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଆଗଧାଡିର ନେତୃବୃନ୍ଦ ଓ ସଂଘଠକ,ମହିଳା, ଓ ଯୁବନେତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରସ୍ତୁତି ବୈଠକରେ ବାଣପୁର ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଣପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,ଖୋର୍ଦ୍ଧା ଜିଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଚିଲିକା ବ୍ଲକ ସଭପତି ଅମରେନ୍ଦ୍ର ସମାନ୍ତସିଂହାର,ବାଣପୁର ବ୍ଲକ ବିଜେଡି ସଭାପତି ଭବାନୀ ଶଙ୍କର ବଳିଆରସିଂ, ବିଜେଡି ସଙ୍ଗଠକ ଯଦୁ ପ୍ରଧାନ, ବାଲୁଗାଁ ବିଜ୍ଞାପିତ ପରିଷଦର କାଉନସିଲର ଜୟନ୍ତ ସ୍ବାଇଁ,ଚିଲିକା ବ୍ଲକ ପୁର୍ବତନ ଅଧ୍ୟକ୍ଷ ଉତ୍କଳ ପାଇକରାୟ, ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଭି.କେ ପାଣ୍ଡିଆନଙ୍କ ମା’ ଭଗବତୀଙ୍କ ଦର୍ଶନ ସହିତ ପଲଟନ ପଡିଆ ରେ ହବାକୁ ଥିବା ସଭାର ସମସ୍ତ ସୁରକ୍ଷା ଏବଂ ହେବାକୁଥିବା କାର୍ୟ୍ୟକ୍ରମର ସମସ୍ତ ବ୍ୟବସ୍ଥାକୁ ନେଇ ଜିଲା ପ୍ରଶାସନ ସକ୍ରିୟ ରହିଥିବା ଜଣାପଡିଛି । ସାଂସଦ ମାନସ ମଙ୍ଗରାଜ ମହାପ୍ରଭୁ ଜଗନ୍ନାଥଙ୍କ ପରିକ୍ରମା ରଥକୁ ଆଜି ଠାରୁ ପ୍ରତି ପଞ୍ଚାୟତରେ ବୁଲି ସଚେତନତା କରି ପ୍ରତି ଘରୁ ଗୁଆ ଓ ଚାଉଳ ଆଦାୟ କରାଯିବ ବୋଲି କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ଅଧ।ପନ୍ତରିଆ ହୋଇ ପଡିରହିଥିବା କାର୍ୟ୍ୟକୁ କିପରି ତୁରନ୍ତ ସମାପ୍ତ କରାଯିବ,ସେ ବିଷୟରେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *