ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ ଉଦଯାପିତ

ନୂତନ ଓଡିଶା ଗଠନଦିଗରେ ରାଜସ୍ୱ ବିଭାଗ ଉଲ୍ଲେଖନୀୟ ଅବଦାନ ରଖିବ

ରାଜସ୍ୱ ଅଧିକାରୀ ମାନେ ଜନ ସାଧାରଣ ଙ୍କ ଆସ୍ଥା ଭାଜନ ହୁଅନ୍ତୁ -ମନ୍ତ୍ରୀ ଶ୍ରୀ ପୂଜାରୀ

ଭୁବନେଶ୍ୱର,୦୬/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦୁଇ ଦିନ ଧରି ଚାଲିଥିବା ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ ଉଦ୍ ଯାପିତ ହୋଉଯାଇଛି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେ ଯେ ରାଜସ୍ୱ ଅଧିକାରୀ ମାନଙ୍କୁ ଜନ ସାଧାରଣ ତଥା ରାଜ୍ୟ ର ସ୍ୱାର୍ଥ କୁ ଆଖି ଆଗରେ ରଖି ନିଷ୍ଠା ପର ଭାବେ କାର୍ଯ୍ୟ କରିବାକୁ ପଡିବ । ସାଧାରଣ ଜନତାଟିଏ ସଠିକ ସମୟ ରେ ଉପଯୁକ୍ତ ଭାବ ରେ ନ୍ୟାୟ ପାଇବା ଉଚିତ । ଆପଣ ମାନଙ୍କୁ ସମସ୍ତ ସମସ୍ୟା ର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ଅନୁସନ୍ଧାନ କରି ନିଷ୍ପତି ନେବା ଉଚିତ ।  ସରକାର ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସଂକଳ୍ପ ବଦ୍ଧ ଅଟନ୍ତି । ତୃଣମୂଳ ସ୍ଥର ରେ ଆପଣ ମାନେ ପ୍ରଶାସନକୁ ଲୋକମାନଙ୍କ ର ନିକଟତର କରାଇବାରେ ସହାୟକ ହୋଇ ପାରିବେ ।

କାର୍ଯ୍ୟକ୍ରମ ରେ ରାଜସ୍ବ ଅଧିକାରୀ ମାନଙ୍କୁ ସମ୍ବୋଧନ କରି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଲେ ଯେ, ଏହି ଦୁଇ ଦିନିଆ ସମ୍ମିଳନୀ ଆଜି ଉଦଯାପିତହୋଇଛି । ଏହା ନିଶ୍ଚିତ ଭାବେ ସଫଳ ହୋଇଛି । ଏଠାରେ ଯେଉଁ ମାନସ ମନ୍ଥନ ହେଲା ରାଜସ୍ୱ ଅଧିକାରୀ ମାନଙ୍କୁ ନୁଆ ଦିଶା ଦେବ । ଆଗାମୀ ଦିନରେ ନିଶ୍ଚିତ ଭାବେ ସେମାନେ ନୂତନ ଉତ୍ସାହ ଓ ଉଦ୍ଦୀପନା ସହ ଜନସାଧାରଣଙ୍କ ପାଇଁ  ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ । ଏହି ଭଳି ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତି ଦୁଇ ବର୍ଷ ରେ ରାଜ୍ୟସ୍ତରରେ ଏହି ଭଳି ସମ୍ମିଳନୀ ଆୟୋଜିତ ହେବ ଓ ରେଭିନ୍ୟୁ ଡିଭିଜନ କମିଶନଙ୍କ ସ୍ତର ରେ ପ୍ରତି ଛଅ ମାସ ରେ ଅନୁଷ୍ଠିତ ହେବ ।

ବସୁନ୍ଧରା ଯୋଜନା ରେ ଜମି ବଣ୍ଟନ, ରାଜସ୍ୱ ଗ୍ରାମ ସୃଷ୍ଟି, ଓଡିଶା ସରକାରୀ ଜମି ବନ୍ଦୋବସ୍ତ ନିୟମ ର ସଠିକ ପାଳନ, ସ୍କୁଲ କଲେଜ କୁ ପଟ୍ଟା ବଣ୍ଟନ ଆଦି କାର୍ଯ୍ୟ ଆପଣମାନେ ନିଷ୍ଠା ପର ଭାବେ ପାଳନ କରନ୍ତୁ । ଆମକୁ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ମାନସିକତା ରେ ପରିବର୍ତନ ଆଣିବାକୁ ପଡିବ । ଜନସାଧାରଣ ସହାୟତା ପାଇବା ପାଇଁ ହକଦାର, ସେମାନେ କାହାର ଦୟା ର ପାତ୍ର ନୁହନ୍ତି । ଆମେ ଜନ ସାଧାରଣ ଙ୍କ ସେବକ । ଆମକୁ ଜନସାଧାରଣ ଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା କୁ ପଡିବ, ସେମାନ ଙ୍କ ମଧ୍ୟ ଆସ୍ଥା ଭାଜନ ହେବାକୁ ପଡିବ ।

 ବାତ୍ୟା ‘ଦାନା’ କୁ ସରକାର ସଠିକ ଭାବେ ପରିଚାଳନା କରି ଥିବା ବେଳେ ବାତ୍ୟା ପରେ ଖୁବ କମ୍ ସମୟ ମଧ୍ୟରେ କ୍ଷୟକ୍ଷତି ର ଆକଳନ କରାଯାଇ ତୁରନ୍ତ କ୍ଷତି ପୂରଣ ଦିଆ ଯାଇ ପାରିଛି । ଅଦିନିଆ ବର୍ଷା କୁ ମଧ୍ୟ ସରକାର ରାଜ୍ୟ ପ୍ରାକୃତିକ ବିପର୍ଯୟ ଭାବେ ଘୋଷଣା କରିଛନ୍ତି  ।

ଏବେ ସରକାର ପୂର୍ବରୁ ପ୍ରଚଳିତ ରିଲିଫ କୋଡ଼ରେ ସଂଶୋଧନ ଆଣିବାକୁ ଯାଉଛନ୍ତି । ରାଜସ୍ୱ ବିଭାଗକୁ ନୁଆ ଦିଶା ଦେବା ପାଇଁ ସରକାର ପ୍ରତିଶୃତି ବଦ୍ଧ । ନୂତନ ଓଡିଶା ଗଠନ ଦିଗରେ ରାଜସ୍ୱ ବିଭାଗ ଉଲ୍ଲେଖନୀୟ ଅବଦାନ ରଖିବ । ରାଜସ୍ୱ ଅଧିକାରୀ ମାନେ ଏ ଦିଗରେ ଗୁରୁତ୍ୱପୁର୍ଣ ଭୂମିକା ଗ୍ରହଣ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ରାଜସ୍ୱ ଅଧିକାରୀ ମାନଙ୍କୁ ଉତ୍ସାହିତ କରି କହିଲେଯେ ଆପଣ ମାନେ କଠିନ ରୁ କଠିନ ପରିସ୍ଥିତି ଓ ପ୍ରତିଯୋଗିତା ମାଧ୍ୟମ ରେ ଉତ୍ତୀର୍ଣ ହୋଇ ଆସିଛନ୍ତି । ଆପଣମାନଙ୍କ ମଧ୍ୟରେ ପ୍ରତିଭା ଓ ଦକ୍ଷତା ଅଛି । ଏହାର ସତ୍ଉପଯୋଗ କରି ଜନସାଧାରଣ ଉନ୍ନତି ଦିଗରେ ବ୍ରତୀହୁଅନ୍ତୁ ।

ପ୍ରାରମ୍ଭ ରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀମତୀ ମଧୁସ୍ମିତାସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନାଲ କମିଶନର ଶ୍ରୀ ସଚିନ୍ ରାମ ଚନ୍ଦ୍ର ଯାଦବ, ଶ୍ରୀମତୀ ରୁପା ରୋଶନ ସାହୁ, ଶ୍ରୀ ବି ପରମେଶ୍ୱରନ୍ ପ୍ରମୁଖ ଯୋଗ ଦେଇଥିବା ବେଳେ ରାଜସ୍ୱ ପ୍ରଶାସନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ତହସିଲ ଗୁଡିକୁ ସମ୍ମାନିତ କରାଯାଇଥିଲା । ଓଡିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ କମଳ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

-0-

ବିଭୁତି ନାୟକ, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *